www.samajalive.in
Tuesday, December 9, 2025
23.1 C
Bhubaneswar

ଦରମା ଦେବାକୁ ନାହିଁ ଟଙ୍କା: ୨୦ ହଜାର ଠିକା କର୍ମଚାରୀଙ୍କ ଉପରେ ଛଟେଇ ଖଣ୍ଡା

ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ଏବେ ଗୁରୁତର ସଙ୍କଟ ଦେଇ ଗତି କରୁଛି । କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନାହିଁ । ଦରମା ଦେବା ନିମନ୍ତେ ମାସର ୩ୟ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି । ଏହି ସ୍ଥିତିରେ ଠିକା ବା ଚୁକ୍ତିଭିତ୍ତିରେ କାମ କରୁଥିବା ପ୍ରାୟ ୨୦ ହଜାର କର୍ମଚାରୀଙ୍କ ଉପରେ ଝୁଲୁଛି ଛଟେଇ ଖଣ୍ଡା । ପୂର୍ବରୁ କମ୍ପାନୀ ୩୦ ହଜାର ଠିକା କର୍ମଚାରୀଙ୍କୁ ବାହାର କରି ଦେଇଥିଲା, ଏବେ ଆଉ ୨୦ ହଜାର କର୍ମଚାରୀଙ୍କୁ ବାହାର କରାଯାଇ ପାରେ ବୋଲି ସୂଚନା ମିଳିଛି ।

କର୍ମଚା​‌ରୀ ହ୍ରାସକୁ ନେଇ ସଂଘ କ୍ଷୁବ୍ଧ

- Advertisement -

ଠିକା କର୍ମଚାରୀଙ୍କୁ ବାହାର କରିବା ନେଇ ଚାଲିଥିବା ଚର୍ଚାକୁ ନେଇ କ୍ଷୁବ୍ଧ ହୋଇଛି କର୍ମଚାରୀ ସଂଘ । ସଂଗଠନ ପକ୍ଷରୁ ବିଏସଏନଏଲ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ପି.କେ.ପୁରୱାରଙ୍କୁ ଚିଠି ଲେଖି ଏଥିନେଇ ଆପତ୍ତି ଜଣାଇଛି । ଏଥିରେ କୁହାଯାଇଛି ଯେ କମ୍ପାନୀର ସ୍ଥିତି ଧୀରେଧୀରେ ଖରାପ ହେବାରେ ଲାଗିଛି । ଭିଆରଏସ୍ ସ୍କିମ ଲାଗୁ ହେବା ପରେ ସ୍ଥିତି ବିଗିଡ଼ିବା ଆରମ୍ଭ ହୋଇଛି । ବିିଭିନ୍ନ ସହରରେ ମାନବସମ୍ବଳ ହ୍ରାସ ଯୋଗୁଁ ନେଟୱାର୍କକୁ ନେଇ ସମସ୍ୟା ହୋଇଛି ।

ବିଏସଏନଏଲରୁ ବହୁ ସଂଖ୍ୟକ କର୍ମଚାରୀ ବିଦାୟ ନେବା ପରେ ମଧ୍ୟ ବର୍ତମାନର କର୍ମଚାରୀଙ୍କୁ ନିର୍ଧାରିତ ଅବଧିରେ ବେତନ ମିଳୁନାହିଁ । ଗତ ୧୪ ମାସରେ ୧୩ଜଣ ଠିକା କର୍ମଚାରୀ ଦରମା ନ ମିଳିବା କାରଣରୁ ଆତ୍ମହତ୍ୟା କରିଛନ୍ତି । ତେଣୁ ଏହାପ୍ରତି ତୁରନ୍ତ ଧ୍ୟାନ ଦେବାକୁ କର୍ମଚାରୀ ସଂଗଠନ ଦାବି କରିଛି ।

ସୂଚନାଯୋଗ୍ୟ ଯେ ଗତ ୧ ତାରିଖରେ ବିଏସଏନଏଲ୍ କମ୍ପାନୀର ସବୁ ମହାପ୍ରବନ୍ଧକମାନଙ୍କୁ ଚିଠି ଲେଖି ଠିକା କର୍ମଚାରୀ ବାବଦରେ ହେଉଥିବା ବ୍ୟୟ ହ୍ରାସ ପାଇଁ ପରାମର୍ଶ ଦେଇଥିଲା । ଏଥିରେ କମ ଠିକା କର୍ମଚାରୀଙ୍କୁ କାମରେ ଲଗାଇବାକୁ କୁହାଯାଇଥିଲା, ଯାହା ଫଳରେ ବ୍ୟୟ ହାର ହ୍ରାସ ପାଇବ । ସବୁ ମହାପ୍ରବନ୍ଧକମାନେ ନିଜ ନିଜ ଜୋନର ଏକ ବିସ୍ତୃତ କାର୍ଯ୍ୟପନ୍ଥା ପ୍ରସ୍ତୁତ କରି ଖର୍ଚ ହ୍ରାସ ପାଇଁ ପଦକ୍ଷେପ ନେବାକୁ ଏଥିରେ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ଗତବର୍ଷ ଭିଆରଏସ୍ (ସ୍ବେଚ୍ଛାକୃତ ଅବସର) ଯୋଜନାରେ ୭୯ ହଜାର କର୍ମଚାରୀ ଅବସର ନେଇଛନ୍ତି । କିଛିମାସ ତଳେ ୩୦ ହଜାର ଠିକା କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି ଏବଂ ଆଉ ୨୦ ହଜାର କର୍ମଚାରୀଙ୍କୁ ବିଦାୟ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories