www.samajalive.in
Sunday, December 7, 2025
16.1 C
Bhubaneswar

ଚେନ୍ନଇ ସୁପର କିଙ୍ଗ୍‍ସକୁ ଶକ୍ତ ଧକ୍କା : ଆଇପିଏଲ୍‍ରୁ ଓହରିଲେ ହରଭଜନ

ନୂଆଦିଲ୍ଲୀ : ସୁରେଶ ରୈନାଙ୍କ ପରେ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ)ର ୨ୟ ଖେଳାଳି ଭାବେ ଆଇପିଏଲ୍‍ର ୧୩ଶ ସଂସ୍କରଣରୁ ଓହରି ଯାଇଛନ୍ତି ବରିଷ୍ଠ ଅଫ୍‍ସ୍ପିନର ହରଭଜନ ସିଂହ। ବ୍ୟକ୍ତିଗତ କାରଣରୁ ଚଳିତବର୍ଷ ୟୁଏଇରେ ହେଉଥିବା ଆଇପିଏଲ୍‍ରେ ସେ ଖେଳିବେ ନାହିଁ ବୋଲି ହରଭଜନ ସ୍ପଷ୍ଟ କରିଛନ୍ତି। ଶୁକ୍ରବାର ସିଏସ୍‍କେ ଦଳ ମ୍ୟାନେଜମେଣ୍ଟକୁ ୪୦ ବର୍ଷ ବୟସ୍କ ହରଭଜନ ତାଙ୍କ ନିଷ୍ପତ୍ତି ଜଣାଇ ଦେଇଛନ୍ତି। ଅଗଷ୍ଟ ୩ୟ ସପ୍ତାହରେ ସିଏସ୍‍କେ ଦଳ ବଳ ସହ ୟୁଏଇ ଯାଇଥିବା ବେଳେ ହରଭଜନ ଯାଇନଥିଲେ। ଅନୁମାନ କରା ଯାଉଥିଲା ଯେ ଅଗଷ୍ଟ ପ୍ରଥମ ସପ୍ତାହରେ ପଞ୍ଜାବର ଏହି ଅଫ୍‍ସ୍ପିନର ୟୁଏଇ ଯାଇ ସିଏସ୍‍କେ ଦଳରେ ଯୋଗଦେବେ। ପୁଣି ୟୁଏଇ ଆସିବା ପୂର୍ବରୁ ଚେନ୍ନଇରେ ଆୟୋଜିତ ସିଏସ୍‍କେର ଅଭ୍ୟାସ ଶିବିରରେ ମଧ୍ୟ ହରଭଜନ ଭାଗ ନେଇନଥିଲେ।
ହରଭଜନ ସିଂହଙ୍କ ପରି ମ୍ୟାଚ୍‍ ବିଜେତା ସ୍ପିନର ଆଇପିଏଲ୍‍ରୁ ଓହରିଯିବା ଚେନ୍ନଇ ସୁପର କିଙ୍ଗ୍‍ସ ପାଇଁ ଶକ୍ତ ଧକ୍କା ହୋଇଛି। ପାରିବାରିକ ସମସ୍ୟା ଯୋଗୁଁ ଆଇପିଏଲ୍‌ରୁ ଓହରି ଯାଇଥିବା ହରଭଜନ କହିଛନ୍ତି। ହରଭଜନ୍ ସିଏସ୍‍କେର ଅନ୍ୟତମ ସଫଳ ବୋଲର। ଆଇପିଏଲ୍‍ରେ ସେ ପ୍ରାୟ ନୂଆ ବଲ୍‍ରେ ବୋଲିଂ କରିବାର ନଜିର ରହିଛି। ହରଭଜନଙ୍କ ଉପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ବହୁତ ବିଶ୍ୱାସ ଥିଲା। ତଳ ଅର୍ଡରରେ ହରଭଜନ ଉପଯୋଗୀ ରନ୍‍ ମଧ୍ୟ ସ୍କୋର୍‍ କରୁଥିଲେ।

ହରଭଜନ ସିଏସ୍‍କେରୁ ଓହରି ଯାଇଥିଲେ ହେଁ ଏହି ଦଳରେ ଭଲ ସ୍ପିନରମାନେ ଅଛନ୍ତି। ସେମାନେ ହେଲେ ଦକ୍ଷିଣ ଆଫ୍ରିକାର ଇମ୍ରାନ୍‍ ତାହିର, ନ୍ୟୁଜିଲାଣ୍ଡର ମିଚେଲ ସାଣ୍ଟନର, କର୍ଣ୍ଣ ଶର୍ମା, ଆର୍‍. ସାଇ କିଶୋର, କେଦାର ଯାଦବ ପ୍ରଭୃତି। ଗତ ସପ୍ତାହରେ ସିଏସ୍‍କେର ୨ ପ୍ରମୁଖ ଖେଳାଳି ପେସ୍‍ ବୋଲର ଦୀପକ ଚହର ଓ ବ୍ୟାଟ୍‍ସମ୍ୟାନ୍‍ ଋତୁରାଜ ଗାଏକ୍‍ୱାଡ୍‍ଙ୍କ ସହ ମୋଟ ୧୩ ଜଣ କରୋନା ସଂକ୍ରମିତ ହୋଇଥିଲେ। ଏହାର ଦିନକ ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଚେନ୍ନଇ ସୁପର କିଙ୍ଗ୍‍ସର ମଧ୍ୟକ୍ରମରେ ତାରକା ବ୍ୟାଟ୍‍ସମ୍ୟାନ୍‍ ସୁରେଶ ରୈନା ଆଇପିଏଲ୍‍ରୁ ଓହରି ଭାରତ ଚାଲି ଆସିଥିଲେ। କରୋନା ଭୟ ନୁହେଁ; ବରଂ ପାରିବାରିକ ସମସ୍ୟା ଯୋଗୁଁ ସେ ଖେଳୁଥିବା ଏକମାତ୍ର କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‍ରୁ ଓହରିଯିବାର ନିଷ୍ପତ୍ତି ହରଭଜନ ନେଇଛନ୍ତି। ଫଳରେ ହରଭଜନ ବହୁ କୋଟି ଟଙ୍କାର ପାରିଶ୍ରମିକ ହରାଇବେ। ହରଭଜନ ଓ ସୁରେଶ ରୈନାଙ୍କ ସ୍ଥାନରେ ସିଏସ୍‍କେ ବଦଳ ଖେଳାଳି ନେବ କି ନାହିଁ; ତାହା ଜଣା ପଡ଼ିନାହିଁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories