www.samajalive.in
Monday, December 15, 2025
24.1 C
Bhubaneswar

ବିନା ପରୀକ୍ଷାରେ ଡିଗ୍ରୀ ମିଳିବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସମସ୍ତ ଡିଗ୍ରୀ ପାଠ୍ୟକ୍ରମର ଶେଷବର୍ଷ ପରୀକ୍ଷା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଶେଷ କରିବା ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ତେଣୁ ଜୁଲାଇ ୬ରେ ୟୁଜିସି ଜାରି କରିଥିବା ନିର୍ଦେଶକୁ ଅନୁସରଣ କରିବା ଲାଗି ସୁପ୍ରିମକୋର୍ଟ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟକୁ କହିଛନ୍ତି। ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ୱ
ସୁପ୍ରିମକୋର୍ଟ ପୀଠ ଶୁକ୍ରବାର କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ରାଜ୍ୟ ସରକାର କ୍ଷମତାପ୍ରାପ୍ତ; ମାତ୍ର ଶେଷ ବର୍ଷ ପରୀକ୍ଷା ବିନା କୌଣସି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସମ୍ମାନ (ପ୍ରମାଣପତ୍ର) ପ୍ରଦାନ କରିପାରିବେ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି କେନ୍ଦ୍ରୀୟ ଓ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡିକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସମ୍ମାନ ପ୍ରଦାନ ନିମନ୍ତେ ପରୀକ୍ଷା କରାଇବାକୁ ବାଧ୍ୟ। ଡିଗ୍ରୀ ପ୍ରମାଣ ପ୍ରଦାନ ପାଇଁ ବିଶ୍ୱବିଦ୍ୟାଳୟର ଇଣ୍ଟରନାଲ ଆସେସ୍‍ମେଣ୍ଟ ୟୁଜିସି ପାଇଁ ଯଥେଷ୍ଟ ନୁହେଁ। ସେପ୍ଟେମ୍ବର ୩୦ ସୁଦ୍ଧା ଡିଗ୍ରୀ ପାଠ୍ୟକ୍ରମର ଶେଷବର୍ଷ ପରୀକ୍ଷା ଶେଷ କରିବାକୁ ୟୁଜିସି ନିର୍ଦେଶ ଦେଇଥିବାବେଳେ କେତେକ ରାଜ୍ୟ ସରକାର ଏହାକୁ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ରାଜ୍ୟ ସରକାର ପରୀକ୍ଷା ସ୍ଥଗିତ ରଖିପାରିବେ; ମାତ୍ର ପରୀକ୍ଷା ବିନା ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରିପାରିବେ ନାହିଁ। ଅନ୍ୟପଟେ ସୁପ୍ରିମକୋର୍ଟ କହିଛନ୍ତି ପରୀକ୍ଷା କରାଇବା ନେଇ ରାଜ୍ୟ ସରକାରଙ୍କର ଯଦି କୌଣସି ସମସ୍ୟା ରହିଥାଏ ଏହାର ଉପଯୁକ୍ତ ସମାଧାନ ପାଇଁ ସେମାନେ ୟୁଜିସିଙ୍କୁ ନିବେଦନ କରିବା ଦରକାର।
ଜୁଲାଇ ୬ରେ ୟୁଜିସି ଦେଇଥିବା ନିର୍ଦେଶରେ ସମସ୍ତ ବିଶ୍ୱବିଦ୍ୟାଳୟଗୁଡିକୁ ଡିଗ୍ରୀ ପାଠ୍ୟକ୍ରମର ଶେଷବର୍ଷ ଓ ଶେଷ ସେମିଷ୍ଟର ପରୀକ୍ଷା ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ କରିବାକୁ କହିଥିଲେ। ସୁପ୍ରିମକୋର୍ଟଙ୍କ ଏପରି ନିର୍ଦେଶକୁ କେତେକ ରାଜ୍ୟ ସରକାର ଓ ଛାତ୍ର ସଂଗଠନ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ। ପିଟିସନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି। ଛାତ୍ର ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ ଦେଶରେ କରୋନା ମହାମାରୀ ଦ୍ରୁତ ବେଗରେ ମାଡୁ ଥିବାରୁ ଡିଗ୍ରୀ ପରୀକ୍ଷା ବାତିଲ କରାଯିବା ଦରକାର। ପରୀକ୍ଷା ବଦଳରେ ଇଣ୍ଟରନାଲ ଆସେସ୍‍ମେଣ୍ଟ ଓ ପୂର୍ବ ପରୀକ୍ଷା ଫଳ ଆଧାରରେ ଡିଗ୍ରୀ ସମ୍ମାନ ପ୍ରଦାନ କରାଯାଉ। କେନ୍ଦ୍ର ସରକାର ଓ ୟୁଜିସି ଏହାର ଯୁକ୍ତିରେ କହିଥିଲେ ଯେ ପିଲାମାନଙ୍କ ସ୍ୱାର୍ଥ ପାଇଁ ପରୀକ୍ଷା କରାଇବା ଜରୁରୀ। କରୋନା ପାଇଁ ପରୀକ୍ଷା କେନ୍ଦ୍ରରେ ଆବଶ୍ୟକ ସତର୍କତା ଅନୁପାଳନ ପାଇଁ ଏସଓପି ଜାରି କରାଯାଇଛି। ୟୁଜିସି କହିଛି ଯେ ଡିଗ୍ରୀ ପରୀକ୍ଷାକୁ ବାତିଲ କରିବାର କ୍ଷମତା ରାଜ୍ୟ ସରକାରଙ୍କର ନାହିଁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories