www.samajalive.in
Monday, December 15, 2025
24.1 C
Bhubaneswar

ସୁଆଦିଆ ଡାଲି ଛୁଙ୍କର ଉପାୟ

ଭାରତୀୟମାନେ ପ୍ରତିଦିନ ଡାଲି ନିଜ ଭୋଜନରେ ସାମିଲ କରିଥାନ୍ତି। ଦ୍ବିପହର, ରାତ୍ରିଭୋଜନରେ ଅଧିକାଂଶ ଡାଲି ଖାଇବାକୁ ପସନ୍ଦ କରୁଥିବାବେଳେ ଏହା ମଧ୍ୟ ସ୍ବାସ୍ଥ୍ୟ ପାଇଁ ହିତକାରୀ। ବିଭିନ୍ନ ଉପାୟରେ ଡାଲିକୁ ଛୁଙ୍କ ଦେଇ ଏହି ବ୍ୟଞ୍ଜନକୁ ଅଧିକ ସୁଆଦିଆ କରିପାରିବେ।
– ଦକ୍ଷିଣ ଭାରତୀୟ ସମ୍ବର ଡାଲ ତଡ଼କାର ସ୍ବାଦ ରେସ୍ତୋରାଁରେ ଖାଇବାକୁ ମିଳେ। ଘରେ ମଧ୍ୟ ସହଜରେ ଏହା କରିପାରିବେ। କଡେଇରେ ସୋରିଷ ତେଲ ଗରମ କରି ଭୁର୍ସୁଙ୍ଗ ପତ୍ର ୫-୭ଟି ଫୁଟାଇବେ। ଏବେ ମେଥି ଅଧ ଚାମଚ, ବିରି ଡାଲି ଅଧ ଚାମଚ, ସୋରିଷ ୧ ଚାମଚ ପକାଇ କଡ଼େଇକୁ କିଛି ସମୟ ଘୋଡ଼ାଇ ଦିଅନ୍ତୁ। ଏହି ଛୁଙ୍କକୁ ସିଝା ଡାଲିରେ ପକାଇ ଘୋଡ଼ଣି ଦେଇ ୨-୩ ମିନିଟ୍ ଫୁଟାଇ ଚୁଲା ବନ୍ଦ କରିବେ। ଗରମ ଭାତ ଓ ରୁଟି ସହ ସମ୍ବର ଡାଲ ତଡ଼କାର ସ୍ବାଦ ଖୁବ୍ ମଜାଦାର।
– ଜିରା-ହେଙ୍ଗୁ ତଡ଼କା; ପେଟ ପାଇଁ ଭଲ ହେଙ୍ଗୁକୁ ପ୍ରତ୍ୟେକ ବ୍ୟଞ୍ଜନରେ ଅଳ୍ପ ପରିମାଣରେ ବ୍ୟବହାର କରିପାରିବେ। କଡେଇରେ ତେଲ ଗରମ କରି ଶୁଖିଲା ଲଙ୍କା, ଜିରା ଏକତ୍ର ପକାଇବେ। ଏବେ ପିଆଜକୁ ଭଲରେ ଛେଚି ପକାଇବା ସହ ହେଙ୍ଗୁ ୧ଚାମଚ ମଧ୍ୟ ପକାନ୍ତୁ। ହେଙ୍ଗୁର ବାସ୍ନା ଓ ସ୍ବାଦ ଉଭୟ ଭଲ। ୩୦ ସେକେଣ୍ଡ ଏପରି ରହିବା ପରେ ସିଝା ଡାଲିରେ ଛୁଙ୍କ ପକାଇ ଘୋଡ଼ଣି ଦେବେ।
– ଢାବା ଷ୍ଟାଇଲ୍‌ ତଡ଼କାରେ ସୋରିଷ ତେଲକୁ ଗରମ କରିବା ପରେ ଶୁଖିଲା ଲଙ୍କା, ଜିରା, ସୋରିଷ, ଭୁର୍ସୁଙ୍ଗ ପତ୍ର, ଧନିଆ ଗୁଣ୍ଡ ପକାଇ​‌େ​‌ବ। ଅଧ ଚାମଚ ଚିନି ସହ ଛେଚା ରସୁଣକୁ ମିଶାନ୍ତୁ। ସଙ୍ଗେସଙ୍ଗେ ଡାଲିରେ ଏଇ ଛୁଙ୍କ ପକାଇ ଗରମାଗରମ ଭାତ ସହ ଖାଇଲେ ଏହାର ସ୍ବାଦ ଜାଣିପାରିବେ।
– ସୋରିଷ ତେଲକୁ କଡେଇରେ ଗରମ କରି ଶୁଖିଲା ଲଙ୍କା, କଳା ଜିରାର ଛୁଙ୍କ ଦେଇ ସିଝା ଡାଲିରେ ମିଶାନ୍ତୁ। ଏହା ଏକ ସରଳ ଉପାୟ କିନ୍ତୁ ଖୁବ୍ ସୁଆଦିଆ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories