www.samajalive.in
Sunday, December 7, 2025
14.1 C
Bhubaneswar

ଚଳଚ୍ଚିତ୍ର ଓ ଧାରାବାହିକ ସୁଟିଂ ପାଇଁ ସରକାରଙ୍କ ଅନୁମତି : ଏସଓପି ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ରବିବାର ଚଳଚ୍ଚିତ୍ର ଓ ଧାରାବାହିକ ସୁଟିଂ ପାଇଁ ନିର୍ଦ୍ଦେଶନାମା ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସଓପି) ଜାରି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସଓପି ଜାରି କରାଯାଇଛି। ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକର ସୁଟିଂ ବର୍ତ୍ତମାନ ପୁନଃ ଆରମ୍ଭ ହୋଇପାରିବ। ମାତ୍ର ଏଥିପାଇଁ ସାମାଜିକ ଦୂରତାର ନିୟମ ପାଳନ କରିବାକୁ ପଡିବ।

କରୋନା ଭୂତାଣୁ ବୃଦ୍ଧି ହେତୁ ଚଳଚ୍ଚିତ୍ର ଓ ଧାରାବାହିକ ସୁଟିଂ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଅବଶ୍ୟ, ଅନଲକ୍ ସମୟରେ କିଛି ଧାରାବାହିକ ଏବଂ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଥିଲା।

- Advertisement -

ପ୍ରକାଶ ଜାଭେଦକର କହିଛନ୍ତି ଯେ, ବର୍ତ୍ତମାନ ଫିଲ୍ମ ଏବଂ ଟିଭି ଧାରାବାହିକ କାମ ଆରମ୍ଭ ହୋଇପାରିବ। ମୁଁ ଫିଲ୍ମ ଏବଂ ଟିଭି ସିରିଏଲ ସୁଟିଂ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ ଜାରି କରୁଥିବାରୁ ଖୁସି ଅଟେ। କ୍ୟାମେରା ଆଗରେ କିମ୍ବା ଯାହାର ସୁଟିଂ ଚାଲିଛି, ସେମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଲୋକ ସାମାଜିକ ଦୂରତା ଅନୁସରଣ କରିବା ଏବଂ ମାସ୍କ ପିନ୍ଧିବା ଜରୁରୀ। ଏହା ସହ ମେକ୍ଅପ ଆର୍ଟିଷ୍ଟ ଏବଂ ହେୟାର ଷ୍ଟାଇଲିଷ୍ଟମାନଙ୍କୁ ପିପିଇ କିଟ୍ ପିନ୍ଧିବାକୁ ପଡ଼ିବା ସହ ସାମାଜିତ ଦୂରତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏହି ସବୁ ନିୟମ ମାନି ହେବ ଶୁଟିଂ :
– ମାସ୍କ ପିନ୍ଧିବା ଜରୁରୀ।
– ହାତ ଧୋଇବା ଏବଂ ସାନିଟାଇଜ କରିବା ଅନିବାର୍ଯ୍ୟ।
– ଏଣେ ତେଣେ ଛେପ ପକାଇବାକୁ ବାରଣ ।
– ସମସ୍ତଙ୍କୁ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ପଡିବ।
– କାମକୁ ଆସିବାବେଳେ ଏଣ୍ଟ୍ରି ପଏଣ୍ଟରେ ଥର୍ମାଲ୍ ସ୍କ୍ରିନିଂ ବାଧ୍ୟତାମୂଳକ ହେବ।
– ସାମାଜିକ ଦୂରତାକୁ ଯଥାସମ୍ଭବ ଅନୁସରଣ କରିବା ଉଚିତ୍ |
– ପାର୍କିଂ ସ୍ଥାନ ଏବଂ କର୍ମକ୍ଷେତ୍ର ବାହାରେ ଭିଡ଼ ନ କରିବାକୁ କୁହାଯାଇଛି।
– ଲୋକଙ୍କୁ କର୍ମକ୍ଷେତ୍ରରେ ଧାଡିରେ ଠିଆ କରିବା ପାଇଁ ଉପଯୁକ୍ତ ଦୂରତାରେ ମାର୍କିଂ କରାଯିବା ଉଚିତ୍।|
– କର୍ମକ୍ଷେତ୍ରରେ କରୋନା ନିୟମର ପୋଷ୍ଟର ରଖନ୍ତୁ।
– ସାମାଜିକ ଦୂରତା ରଖି ବସିବା ଉଚିତ୍।
– ଶୌଚାଳୟ ଏବଂ କାର୍ଯ୍ୟକ୍ଷେତ୍ରକୁ ନିୟମିତ ପରିମଳ କରାଯିବା ଉଚିତ୍।
– ଯଦି କୌଣସି ବ୍ୟକ୍ତି ସଂକ୍ରମିତ ହୋଇଥିବାର ଦେଖାଯାଏ, ତେବେ ସମଗ୍ର ଅଞ୍ଚଳକୁ ସାନିଟାଇଜ୍ କରାଯିବ।
– ଶୁଟିଂ, ରେକର୍ଡିଂ ଷ୍ଟୁଡିଓ, ଏଡିଟିଂ ରୁମ୍ ଭଳି ସ୍ଥାନରେ ଛଅ ଫୁଟର ଦୂରତା ଅବଲମ୍ବନ କରନ୍ତୁ।
– ଶୁଟିଂ ସମୟରେ ସର୍ବନିମ୍ନ ଉପସ୍ଥିତି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories