www.samajalive.in
Sunday, December 7, 2025
26.1 C
Bhubaneswar

କୋଶଲେଶ୍ୱରୀ ଶକ୍ତି ପୀଠରେ ନବାନ୍ନ ଚରୂ ଅର୍ପଣ

ଟିଟିଲାଗଡ଼: ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଲଇତରା କୁମୁଡିପଦର କୋଶଲେଇ ବନ ସ୍ଥିତ ମା’ କୋଶଲେଶ୍ୱରୀ ଶକ୍ତି ପୀଠରେ ବୁଧବାର ସପ୍ତପୁରୀ ଅମାବାସ୍ୟା ତିଥିରେ ବିଧି ମତେ ନବାନ୍ନ ଚରୂ ଅର୍ପଣ କରାଯାଇଛି। ପରମ୍ପରା ମୁତାବକ ସେବାୟତ, ପୂଜକ, ଜାନୀଙ୍କ ଗହଣରେ ପର୍ବତ ମନ୍ତ୍ରରେ ଦେବୀଙ୍କୁ ଆବାହନ ସହ ଚାମୁଣ୍ଡା ଯନ୍ତ୍ର ଉପରେ ଯଜ୍ଞମଣ୍ଡଳ ପ୍ରସ୍ତୁତ ହୋଇ ନବାନ୍ନ ମନ୍ତ୍ରରେ ଦେବୀଙ୍କୁ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ଚରୁ ଅର୍ପଣ କରାଯାଇଛି।

ଦେବୀଙ୍କୁ ପ୍ରତିବର୍ଷ ସପ୍ତପୁରୀ ଅମାବାସ୍ୟା ତିଥିରେ ଚାମୁଣ୍ଡା ରୂପରେ ନବାନ୍ନ ଚରୁ ଅର୍ପଣ କରିବା ବିଧି ରହିଥିବା ଏନେଇ ବିଶିଷ୍ଟ ଗବେଷକ ଡ. ଦୋଳ ଗୋବିନ୍ଦ ବିଶି କହିଛନ୍ତି। ବିଶ୍ୱାସ ଯେ ଭାଦ୍ରପଦ (ଭାଦ୍ରବ) ମାସ ଶୁକ୍ଲପକ୍ଷ ପ୍ରଥମ ଅମାବାସ୍ୟାରେ ଦେବୀ ଗ୍ରାମେଗ୍ରାମେ ନୂଆଖାଇ ରୂପରେ ବିରାଜମାନ କରିବା ଉଦ୍ଦେଶ୍ୟରେ ପ୍ରଥମେ ଅମାବାସ୍ୟା ଦିନ ଧରାବତାର କରିଥାନ୍ତି ଓ ନବାନ୍ନ ଯଜ୍ଞରେ କୋଶଲେଶ୍ୱରୀ ପୀଠରେ ପ୍ରଥମେ ଚରୂ ଗ୍ରହଣ କରନ୍ତି। ଏହା ଏକ ବହୁ ପ୍ରାଚିନ ପରମ୍ପରା ବୋଲି ଡ. ବିଶି କହନ୍ତି। ପ୍ରତି ବର୍ଷ ଦେବୀଙ୍କ ଏହି ପର୍ବରେ ପ୍ରବଳ ଗହଳି ହେଉଥିବା ବେଳେ ଚଳିତ ବର୍ଷ କରୋନା ମହାମାରି କଟକଣା ନେଇ ଅନୁଷ୍ଠାନକୁ ସଂକ୍ଷିପ୍ତ କରାଯିବା ସହ କରୋନାରୁ ମୁକ୍ତି ପାଇଁ ଦେବୀଙ୍କୁ ପ୍ରାର୍ଥନା କରିଥିବା ନିତ୍ୟା ମାଝୀ କହିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories