www.samajalive.in
Monday, December 8, 2025
14.1 C
Bhubaneswar

ସୁଆଦିଆ ଚଟପଟ ମଟନ

ଆବଶ୍ୟକ ସାମଗ୍ରୀ
ମଟନ – ୫୦୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
କଟା ପିଆଜ – ୩ଟି
ଆଳୁ – ୩ଟି
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ- ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଗୋଟା ମସଲା – ଗୁଜୁରାତି, ଡ଼ାଲଚିନି, ଲବଙ୍ଗ, ଗୋଲମରିଚ, ତେଜପତ୍ର,ଅଳେଇଚ
ପିଆଜ ,ଅଦା ରସୁଣ ବଟା -ଆବଶ୍ୟକ ପରିମାଣରେ
ଘିଅ – ୧ ଚାମଚ
ଗରମ ମସଲା – ଅଳ୍ପ
ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟନକୁ ଭଲ ଭାବେ ଧୋଇ ରଖନ୍ତୁ। ଗ୍ୟାସ ଲଗାଇ କୁକର ବସାନ୍ତୁ। ଏବେ କୁକରରେ ପାଣି ଦେଇ ମଟନ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ୧ଟି ଡ଼ାଲଚିନି, ଗୁଜୁରାତି, ଲବଙ୍ଗ, ଗୋଲମରିଚ,ଗୁଜୁରାତି , ଗୋଟେ କଟା ପିଆଜ,ପକାଇ ଏହାକୁ ୨ ରୁ ୩ଟି ସିଟି ଦେଇ ସିଝାନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଆଳୁକୁ ଭଲ ଭାବେ ଭାଜି ଦିଅନ୍ତୁ। ଭଲ ଭାବେ ଭାଜି ହେବା ପରେ ଏହାକୁ କାଢି ଏକ ପାତ୍ରରେ ରଖନ୍ତୁ। ଏବେ କଡ଼େଇରେ ଆଉ କିଛି ତେଲ ପକାଇ ତେଜପତ୍ର, ଡ଼ାଲଚିନି, ଗୁଜୁରାତି, ଅଳେଇଚ, କଟା ପିଆଜ ପକାଇ ଭାଜନ୍ତୁ। ଭାଜିବା ପରେ ଏଥିରେ ଅଦା, ରସୁଣ , ପିଆଜ ବଟା , ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ପକାଇ ଭଲ ଭାବେ କଷନ୍ତୁ। ଭଲ ଭାବେ କଷିବା ପରେ ଏଥିରେ ସିଝା ହୋଇରହିଥିବା ମଟନକୁ ତା ପାଣି ସହ ପକାନ୍ତୁ। ଏହା ପରେ ଭାଜି କରି ରଖଥିବା ଆଳୁକୁ ପକାଇ ଏହାକୁ ଗ୍ୟାସରେ ୫ ମିନିଟ ବସାନ୍ତୁ। ୫ ମିନିଟ ପରେ ଏଥିରେ ଗରମ ମସଲା , ଘିଅ , କଟା ଧନିଆ ପତ୍ର ପକାଇ ଗୋଳାଇ ଦିଅନ୍ତୁ। ଏବେ ଏକ ପାତ୍ରକୁ କାଢି ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories