www.samajalive.in
Tuesday, December 9, 2025
16.1 C
Bhubaneswar

ଘରୋଇ ମଟନ ତରକାରୀ

ଆବଶ୍ୟକ ସାମଗ୍ରୀ
ମଟନ -୫୦୦ ଗ୍ରାମ
କଟା ପିଆଜ – ୨ଟି
ବଟା ହୋଇଥିବା- ପିଆଜ,ଅଦା,ରସୁଣ
କଟା ଆଳୁ – ୨ଟି
ତେଲ – ୭ରୁ ୮ ଚାମଚ
ଚିନି – ଅଳ୍ପ
ଗୋଟା ମସଲା –
୩ଟି ଲବଙ୍ଗ
୩ଟି – ଗୁଜୁରାତି
୩ଟି – ଡ଼ାଲଚିନି
ତେଜପତ୍ର – ୨ଟି
ଲୁଣ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ମିଟ୍‍ ମସଲା – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟନକୁ ଭଲ ଭାବେ ଧୋଇ ସାମାନ୍ୟ ହଳଦୀ ପକାଇ ଗୋଳାଇ ରଖନ୍ତୁ। ଏବେ ଗ୍ୟାସ ଲଗାଇ କୁକର ବସାନ୍ତୁ। ଏଥିରେ ତେଲ ଗରମ କରି ଆଳୁ ଭାଜନ୍ତୁ। ଆଳୁ ଭାଜି ହେବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ସେହି କୁକରରେ ସାମାନ୍ୟ ଚିନି ଓ ତେଜପତ୍ର ପକାନ୍ତୁ। ଏହା ପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହେବା ପରେ ଅଦା,ରସୁଣ,ପିଆଜ ବଟା ପକାନ୍ତୁ। ଏବେ ଏଥିରେ ରଖିଥିବା ମଟନ, ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ଲୁଣ, ପକାଇ ଭଲ ଭାବେ କଷନ୍ତୁ। କଷି ହେବା ପରେ ଭଜା ହୋଇରହିଥିବା ଆଳୁ, ମିଟ ମସଲା ପକାଇ ଏଥିରେ ପାଣି ଦିଅନ୍ତୁ ଓ କୁକର ଘୋଡ଼ଣୀ ଦେଇ ୨ରୁ ୩ଟି ସିଟି ହେବା ପରେ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ଏବେ ଲବଙ୍ଗ, ଗୁଜୁରାତି,ଡ଼ାଲଚିନିକୁ ଛେଚି ଦିଅନ୍ତୁ ଓ ପ୍ରସ୍ତୁତ କରି ରଖିଥିବା ମଟନ ତରକାରୀରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। କିଛି ସମୟ ରଖିବା ପରେ ଗରମାଗରମ ଖାଆନ୍ତୁ ଘରୋଇ ମଟନ ତରକାରୀ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories