ଭଣ୍ଡବାବାଙ୍କୁ ନିସ୍ତୁକ ମାଡ଼

ବାସୁଦେବପୁର:  ଭଦ୍ରକ ଜିଲା ବାସୁଦେବପୁର ରାଧାନାଥ ଗ୍ରାମରେ ଭଣ୍ଡବାବାଙ୍କୁ ନିସ୍ତୁକ ମାଡ଼ମାରିଛନ୍ତି ଗ୍ରାମବାସୀ । ପୂଜା ନାଁରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଜଣେ ନିଃସନ୍ତାନ ଦମ୍ପତିଙ୍କୁ ପୂଜା ନାଁରେ ଫସାଇଥିବା ଭଣ୍ଡବାବା ରବିବାର ରାତିରେ ମହିଳା ଜଣଙ୍କୁ ଶ୍ମଶାନ ନେଇ ପୂଜା କରୁଥିଲା। ପୂଜା ସମୟରେ ଭଣ୍ଡବାବା ଅସଦାଚରଣ କରିବାରୁ ମହିଳା ଜଣଙ୍କ ପାଟି  କରିଥିଲେ। ପାଟି ଶୁଣି ପରିବାରଲୋକେ ଓ ଗ୍ରାମବାସୀ ପହଞ୍ଚିଥିଲେ। ପରେ ଗ୍ରାମବାସୀମାନେ  ଭଣ୍ଡବାବାକୁ ଗାଁରେ ବନ୍ଧି ନିସ୍ତୁକ ମାଡ଼ି ମାରିଥିଲେ।  ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଭଣ୍ଡବାବକୁ ଉଦ୍ଧାର କରି  ବାସୁଦେବପୁର ହସ୍ପିଟାଲରେ ଭର୍ତ୍ତିକରିଥିବା ଜଣାପଡ଼ିଛି ।  

Comments are closed.