www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରତ୍ୟେକ ଜିଲ୍ଲାରେ ମାନବ ଚାଲାଣ ନିରୋଧୀ ୟୁନିଟ୍‍ ଓ ଥାନାରେ ମହିଳା ହେଲ୍ପ ଡେସ୍କ୍‍ : ସ୍ମୃତି ଇରାନୀ

ନୂଆଦିଲ୍ଲୀ :  ଦେଶର ପ୍ରତ୍ୟେକ ଜିଲ୍ଲାରେ ମାନବ ଚାଲାଣ ନିରୋଧୀ ୟୁନିଟ୍‍ ପ୍ରତିଷ୍ଠା କରାଯିବ ଓ ପ୍ରତ୍ୟେକ ଥାନାରେ ମହିଳା ହେଲ୍ପ ଡେସ୍କ୍‍ ପ୍ରତିଷ୍ଠା କରାଯିବ। ନିର୍ଭୟା ପାଣ୍ଠିକୁ ବିନିଯୋଗ କରି ଏହା କରାଯିବ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଟ୍ୱିଟ୍‍ କରି କହିଛନ୍ତି।

ଏହି ପଦକ୍ଷେପ ମହିଳାମାନଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ସହ ସେମାନଙ୍କ ମନରେ ନିରାପତ୍ତା ମନୋଭାବକୁ ଅଧିକ ଦୃଢ଼ କରିବ ବୋଲି ସେ କହିଛନ୍ତି । ଏହି ପାଣ୍ଠିର ବିନିଯୋଗ ଏବଂ ଏ କ୍ଷେତ୍ରରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସହଯୋଗ ପାଇଁ ଶ୍ରୀମତୀ ଇରାନୀ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି। ଏହି ପଦକ୍ଷେପ ଦେଶରେ ମହିଳା ଓ ଶିଶୁମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବାରେ ଏକ ବଡ଼ କାର୍ଯ୍ୟକ୍ରମ ବୋଲି ସେ କହିଛନ୍ତି। ନିର୍ଭୟା ପାଣ୍ଠିର ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ସମ୍ପୂର୍ଣ୍ଣ କେନ୍ଦ୍ରୀୟ ସହାୟତାରେ ୧୦୦ କୋଟି ଟଙ୍କା ବ୍ୟୟରେ ମାନବ ଚାଲାଣ ନିରୋଧୀ ୟୁନିଟ୍‍ ଏବଂ ମହିଳା ଡେସ୍କ ପ୍ରତିଷ୍ଠା କରିବା ପାଇଁ ସୁପାରିଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories