କଳାପଥର (ବାଙ୍କୀ): ବାଙ୍କୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ବିଜେପି ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ବାଙ୍କୀ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିର୍ବାଚନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତିଙ୍କ ପାଖରେ ତାଙ୍କର ଚାରିକିତା ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏଥିରେ ସରୋଜ କୁମାର ସାମନ୍ତରାୟ, ରାମଚନ୍ଦ୍ର ଦାଶ, ମୋନାଲିସା ପ୍ରଧାନ,ସୁନୀଲ ସିଂ ପ୍ରସ୍ତାବକ ଅଛନ୍ତି । ସହକାରୀ ନିର୍ବାଚନ ଅଧିକାରୀ ଅଶେଷ ନାୟକ, ସୁଚିସ୍ମିତା ଦାସ ଉପସ୍ଥିତ ଥିଲେ । ଶ୍ରୀ ଚକ୍ରବର୍ତ୍ତୀ ବାଙ୍କୀ ବ୍ରହ୍ମେଇଙ୍କ ପୀଠରୁ ନିଜ ସମର୍ଥକମାନଙ୍କ ସହିତ ବିରାଟ ଶୋଭାଯାତ୍ରାରେ ବାଙ୍କୀ ଟାଉନ୍ ପରିକ୍ରମା କରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ôଚ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବାଙ୍କୀ ନିିର୍ବାଚନ
ବାଙ୍କୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକ ବାଙ୍କୀ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତିଙ୍କ ନିକଟରେ ଚାରିକିତା ମନୋନୟନପତ୍ର ଦାଖଲ କରିଛନ୍ତି । ଏଥିରେ ବିଶ୍ୱରଞ୍ଜନ ପଣ୍ଡା, ସୁବାସ ଚନ୍ଦ୍ର ମିଶ୍ର, ଭବାନୀ ପ୍ରସାଦ ଧଳ, ପ୍ରତାପ ଚନ୍ଦ୍ର ମହାପାତ୍ର ପ୍ରସ୍ତାବକ ଅଛନ୍ତି । ଏହି କାର୍ଯ୍ୟରେ ସହକାରୀ ନିର୍ବାଚନ ଅଧିକାରୀ ତହସିଲଦାର ଅଶେଷ ନାୟକ, ସୂଚୀସ୍ମିତା ଦାଶ ଉପସ୍ଥିତ ଥିଲେ । ପାର୍ଥୀପତ୍ର ଦାଖଲ ବେଳେ କଟକ ଲୋକସଭା କଂଗ୍ରେସ ପ୍ରାର୍ଥୀ ସୁରେଶ ଚନ୍ଦ୍ର ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ରବିନ୍ଦ୍ର ମଲ୍ଲିକ ଏବଂ ଡକ୍ଟର ଦେବାଶିଷ ପଟ୍ଟନାୟକଙ୍କ ପତ୍ନୀ ଡକ୍ଟର ଇସ୍ପିତା ଶତପଥୀ ଉପସ୍ଥିତ ଥିଲେ । ବାଙ୍କୀ ଋଚିକା ମାର୍କେଟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ପ୍ରାର୍ଥୀ ଡକ୍ଟର ପଟ୍ଟନାୟକ ବାଙ୍କୀ ସହର ପରିକ୍ରମା କରି ମା’ଚର୍ଚ୍ଚିକାଙ୍କ ପୀଠକୁ ଯାଇ ମା’ଚର୍ଚ୍ଚିକାଙ୍କ ଆଶୀର୍ବାଦ ନେବା ସହିତ ନୃସିଂହ ଛକ ଦେଇ ଉପଜିଲ୍ଲାପାଳଙ୍କ ଅଫିସ ପାଖରେ ପହଞ୍ôଚ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିଲେ ।



