www.samajalive.in
Monday, December 8, 2025
27.1 C
Bhubaneswar

କଳାନାଗକୁ କରୁଥିଲେ ପୂଜା: ଅଚାନକ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏବେ ଅନେକ ପ୍ରକାର ଭିଡିଓ ଭାଇରାଲ ହେଉଛି । ଏଥିରେ କିଛି ଏମିତି ଭିଡିଓ ଅଛି ଯାହା ସମସ୍ତଙ୍କୁ ଚକିତ କରିଥାଏ । ଠିକ୍ ଏମିତି ଏକ ଭିଡିଓ ଏବେ ଇଣ୍ଟରନେଟରେ ଘୁରି ବୁଲୁଛି । ଭିଡିଓରେ ଏକ କଳା ନାଗ ଏକ ବଡ ଥାଳିଆରେ ବସିଥିବା ନଜର ଆସୁଛି । ଏହାକୁ ଏକ ଦମ୍ପତି ପୂଜା କରୁଛନ୍ତି । ତାଙ୍କ ଆଖପାଖରେ ଅନ୍ୟ କିଛି ଲୋକ ମଧ୍ୟ ଅଛନ୍ତି । ଆଉ ଠିକ୍ ଏହି ସମୟରେ ସାପଟି ଫଣା ଦେଖାଇ ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ଭିଡିଓଟି ଇଣ୍ଟରନେଟରେ ଭାଇରାଲ ହେଉଛି ।

- Advertisement -

ଭିଡିଓରେ ନଜର ଆସୁଛି କି ଜଣେ ପୂଜାରୀ ଏକ ପୂଜାର ଆୟୋଜନ କରିଛନ୍ତି । ଏଥିରେ ପରିବାକ ଏକାଠି ହୋଇ ସାପକୁ ପୁଜା କରିବାରେ ମଗ୍ନ ଅଛନ୍ତି । ନାଗ ଉପରେ ଦମ୍ପତି ଦୁଗ୍ଧ ଢାଳି ପୂଜା କରିବା ସମୟରେ ସେ ଫଣା ଦେଖାଇ ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ଏହା ପରେ ସମସ୍ତେ ଡରି ପଛକୁ ଘୁଞ୍ଚି ଯାଉଛନ୍ତି ।

ସାମାଜିକ ଗଣମାଧ୍ୟମ କ୍ଷେତ୍ର ଇନଷ୍ଟାଗ୍ରାମରେ ଏହି ଭିଡିଓ ଓମକାର ସନାତନି ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଭିଡିଓର କ୍ୟାପ୍ସନରେ ହିନ୍ଦୁ ଧର୍ମରେ ନାଗ ପୂଜାର ମାହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏହି ଭିଡିଓକୁ ୨ କୋଟିରୁ ଅଧିକ ଲୋକ ଦେଖିସାରିଲେଣି । ୧୦ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି ଏବଂ ସମସ୍ତେ ଏହାକୁ ସେୟାର କରୁଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories