www.samajalive.in
Sunday, December 7, 2025
16.1 C
Bhubaneswar

କେନ୍ଦୁଝର ସଦର ବିଧାନସଭା ଆସନ ପାଇଁ ୨ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

କେନ୍ଦୁଝରଗଡ଼: କେନ୍ଦୁଝର ସଦର ବ୍ଲକର ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନର ଶିରିଷପାଳ ପଞ୍ଚାୟତ ସମିତିସଭ୍ୟା ସସ୍ମିତାରାଣୀ ସିଂହ କେନ୍ଦୁଝର ସଦର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିବସରେ ସୋମବାର ସ୍ୱାଧିନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶ୍ରୀମତୀ ସିଂହ ସ୍ୱାମୀ ପ୍ରଦୀପ ପ୍ରଧାନଙ୍କ ସହିତ କାଳୀପଡିଆରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି କେନ୍ଦୁଝର ଉପଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶ୍ରୀମତୀ ସିଂହ ଦୀର୍ଘ ୬ବର୍ଷ ଧରି ବିଜେଡିର ଜଣେ ସକ୍ରିୟ ସଦସ୍ୟା ଥିବାବେଳେ ଚଳିତଥର ସେ ସଦର ବିଧାନସଭା ଆସନ ପାଇଁ ବିଧାୟିକା ପ୍ରାର୍ଥୀ ଭାବେ ଆଶାୟୀ ଥିଲେ। ଶେଷ ମୁହୁର୍ତ୍ତରେ ଦଳ ପୂର୍ବତନ ନଗରପାଳ ମୀନା ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ସେ ଚଳିତମାସ ୩ ତାରିଖ ସନ୍ଧ୍ୟାରେ ଦଳର ପ୍ରାଥମିକ ସଦସ୍ୟା ପଦରୁ ଇସ୍ତଫା ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଶ୍ରୀମତୀ ସିଂହ ୨୦୦୭ ମସିହାରୁ କ୍ରମାଗତ ଭାବେ ସଦର ବ୍ଲକ ପାଇଁ ୪ଥର ସମିତିସଭ୍ୟା ନିର୍ବାଚିତ ହେବାସହ ୨୦୧୨ରୁ ୧୭ ସଦର ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଇ ଆସିଛନ୍ତି। ଏହାପୂର୍ବରୁ ଶ୍ରୀମତୀ ସିଂହ ୨୦୦୪ରେ ସଦର ନିର୍ବାଚନମଣ୍ଡଳୀରୁ ସ୍ୱାଧିନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ୫୩୪୪ଖଣ୍ଡ ଭୋଟ ପାଇଥିଲେ। ଶ୍ରୀମତୀ ସିଂହ ବିଜେଡିରୁ ସଦ୍ୟ ଇସ୍ତଫା ଦେଇ ସ୍ୱାଧିନ ଭାବେ ପ୍ରାର୍ଥୀ ହେବାପରେ ଏହି ଆସନରୁ ଶାସକ ବିଜେଡି ପ୍ରାର୍ଥୀଙ୍କ ପାଇଁ ଆରମ୍ଭରୁ କଣ୍ଟା ସାଜିଥିବା ବେଳେ ବିଜେଡି କିଭଳି ରଣନୀତି ଆପଣାଉଛି ତାହା ଦେଖିବାକୁ ବାକି ରହିଲା।

- Advertisement -

ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କଲେ ଯୁବ ଓ ଶ୍ରମ ବିକାଶ ମଞ୍ଚ ଉପସଭାପତି
କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ଅଗ୍ରଣୀ ସାମାଜିକ ସଙ୍ଗଠନ ଯୁବ ଓ ଶ୍ରମ ବିକାଶ ମଞ୍ଚ ଉପସଭାପତି ଜୟକୃଷ୍ଣ ନାଏକ ନାମାଙ୍କନପତ୍ର ଦାଖଲର ଅନ୍ତିମ ଦିବସ ସୋମବାର କେନ୍ଦୁଝର ସଦର ବିଧାନସଭା ଆସନ ପାଇଁ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନିଜର କେତେକ ହାତଗଣତି ସମର୍ଥକଙ୍କୁ ସଙ୍ଗରେ ଧରି କାଳୀପଡିଆରୁ ଡାକବାଜି ଯନ୍ତ୍ର ଯୋଗେ ନିଆରା ଢ଼ଙ୍ଗରେ ନିଜେ ପ୍ରଚାରରେ ଆସି କେନ୍ଦୁଝର ଉପଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଖଣିରେ ଭରପୁର କେନ୍ଦୁଝର ଜିଲାରେ ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା, ଡିଏମଏଫ୍‌‌ ପାଣ୍ଠିରୁ ଜିଲା ଓ ରାଜ୍ୟ ବାହାରେ ଦିଆଯାଉଥିବା ନିଯୁକ୍ତିକୁ ବନ୍ଦ କରି ଜିଲାର ଶିକ୍ଷିତ କେବାରୀଙ୍କୁ ନିଯୁକ୍ତି ପ୍ରଦାନ, କରୋନା ଆଳରେ ରାଜ୍ୟ ସରକାର ଋଣ ଆକାରରେ ଓମ୍ବାଡସି ପାଣ୍ଠିରୁ ନେଇଥିବା ୧୬ହଜାର କୋଟି ଟଙ୍କା ତୁରନ୍ତ ଫେରସ୍ତ କରିବା, ଜିଲାରେ କାର୍ଯ୍ୟକ୍ଷମ ଖଣି ଓ ଶିଳ୍ପ ସଂସ୍ଥାରେ ଜିଲାର ଶିକ୍ଷିତ ବେକାରୀଙ୍କୁ କର୍ମ ନିଯୁକ୍ତି ପ୍ରଦାନ, ମେଘାଳୟର ସିଲଂ ଭଳି କେନ୍ଦୁଝର ଜିଲାକୁ ସ୍ବୟଂଶାସିତ ଜିଲା ଗଠନ ଆଦି ପ୍ରମୁଖ ମୁଦ୍ଦା ନେଇ ସେ ନିର୍ବାଚନମଣ୍ଡଳୀ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories