www.samajalive.in
Sunday, December 7, 2025
26.1 C
Bhubaneswar

କିଡନୀ ରୋଗାକ୍ରାନ୍ତ ବିଛନ୍ଦଙ୍କୁ ମିଳିଲା ସରକାରୀ ସହାୟତା

ହରଭଙ୍ଗା: ହରଭଙ୍ଗା ବ୍ଲକ ପିତାମ୍ବରପୁର ପଞ୍ଚାୟତ ବଲଣ୍ଡା ଗ୍ରାମର କିଡନୀ ରୋଗାକ୍ରାନ୍ତ ବିଛନ୍ଦ ବାରିକ(୫୨) ଭଳି ଜଣେ ଅସହାୟ ଗରିବ ବ୍ୟକ୍ତି ଚିକିତ୍ସାଭାବରୁ ମୃତ୍ୟୂ ସହ ସଂଗ୍ରାମ କରୁଥିବା ଏକ ଶୀର୍ଷକ ଖବର ‘ସମାଜ ଲାଇଭ’ରେ ପ୍ରକାଶ ପାଇଥିଲା। ଖବର ପ୍ରସାରିତ ପରେ ସଙ୍ଗେ ସଙ୍ଗେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ନିଜେ ବିଛନ୍ଦଙ୍କ ପାଖରେ ପହଞ୍ଚିଥିଲେ। ବିଛନ୍ଦଙ୍କ ସହିତ କଥାବାର୍ତ୍ତା ହେବା ସହିତ ନିଜ ଆଖିରେ ତାଙ୍କର ଭଙ୍ଗାକୁଡିଆ ଘର ଏବଂ ପରିବାର ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିଥିଲେ। ବିଛନ୍ଦଙ୍କ ପୁଅ ଛେଳି ଚରାଇ ପରିବାର ଚଳାଉଥିବା ମଧ୍ୟ ବିଡିଓ ଜାଣିବାକୁ ପାଇଥିଲେ। ବିଛନ୍ଦ ଏବଂ ତାଙ୍କ ପରିବାରର ଅବସ୍ଥା ବିଡିଓ ଦେଖିବାପରେ ଏ ସମ୍ପର୍କରେ ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ ମେହେରଙ୍କୁ ଅବଗତ ମଧ୍ୟ କରାଇଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଡିଓ ବିଛନ୍ଦଙ୍କୁ ଗ୍ରାମୀଣ ଆବାସ ଯୋଜନାରେ ଏକ ପକ୍କାଘର ଯୋଗାଇଦେବା ସହିତ ତାଙ୍କ ବ୍ୟାଙ୍କ ଜମାଖାତାକୁ ଘର ନିର୍ମାଣ ପାଇଁ ପ୍ରଥମ କିସ୍ତି ୨୦ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡିଛି ଏବଂ ତାଙ୍କୁ ତୁରନ୍ତ ଭତ୍ତା ମଧ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଏଭଳି ସରକାରୀ ସହାୟତା ପିଡୀତ ପରିବାରକୁ ଆଶ୍ୱସ୍ତୀ କରିଛି। ବିଛନ୍ଦ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ବିଡିଓଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories