www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ସଂକ୍ରମିତଙ୍କ ଗର୍ଭାଶୟରେ ଟ୍ୟୁମର ସତ୍ତ୍ବେ ଜନ୍ମିଲା ଶିଶୁ

ବ୍ରହ୍ମପୁର : କରୋନା ସଂକ୍ରମିତ ଜଣେ ମହିଳାଙ୍କ ଗର୍ଭାଶୟରେ ୨ଟି ଟ୍ୟୁମର ସତ୍ତ୍ବେ ଏକ ସୁସ୍ଥ ଶିଶୁକନ୍ୟା ଜନ୍ମ କରାଇବାରେ ଏମକେସିଜି ମେଡିକାଲର ଡାକ୍ତରମାନେ ସଫଳ ହୋଇପାରିଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି। ଗଞ୍ଜାମ ଜିଲା ପୋଲସରା କଳମ୍ବ ଅଞ୍ଚଳର ଜଣେ ୩୦ ବର୍ଷୀୟ ମହିଳାଙ୍କର ସ୍ୱାବ୍‌ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବାରୁ ତାଙ୍କୁ ଏମକେସିଜି କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ତେବେ କରୋନା ଚିକିତ୍ସା ହେଉଥିବା ସମୟରେ ତାଙ୍କର ପରୀକ୍ଷା ନିରୀକ୍ଷା ପରେ ଗର୍ଭାଶୟରେ ଶିଶୁ ସହ ୨ ଟି ବଡ଼ ଟ୍ୟୁମର ମଧ୍ୟ ବଢୁଥିବା ଜଣାପଡ଼ିଥିଲା। ଗତକାଲି ପ୍ରସବ ଯନ୍ତ୍ରଣା ହେବାରୁ କୋଭିଡ ହସପିଟାଲରେ ହିଁ ତାଙ୍କର ପ୍ରସବ କରାଇବାକୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଏମକେସିଜିର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ବରିଷ୍ଠ ଡାକ୍ତର ସଂଘମିତ୍ରା ମହାପାତ୍ରଙ୍କ ନେତୃତ୍ୱରେ ନିଶ୍ଚେତକ ବିଭାଗର ଡା. ସାରଦା ଓ ଦୁଇଜଣ ପିଜି ଡାକ୍ତରଙ୍କ ସହ ପୁରା ଟିମ୍‌ ଅସ୍ତ୍ରୋପଚାର କରିଥିଲେ। ମହିଳା ଜଣଙ୍କ ୨.୭ କେଜିର ଏକ ଶୁଶୁ କନ୍ୟା ଜନ୍ମ ଦେଇଥିଲେ। ମହିଳାଙ୍କ ଗର୍ଭାଶୟରେ ଥିବା ୨ଟି ଟ୍ୟୁମରକୁ କିଛିଦିନ ପରେ ଅସ୍ତ୍ରୋପଚାର କରି ବାହାର କରିଦିଆଯିବ ବୋଲି କୋଭିଡ ହସପିଟାଲର ମେଡିକାଲ ଅଫିସର ଡା. ଅରୁଣ କୁମାର ସୂଚନା ଦେଇଛନ୍ତି। ପ୍ରକାଶଥାଉକି, ଏମକେସିଜିରେ କରୋନା ସଂକ୍ରମିତ ଗର୍ଭବତୀଙ୍କ ପାଇଁ ୧୪ଟି ଶଯ୍ୟା ସଂରକ୍ଷିତ ରଖାଯାଇଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories