www.samajalive.in
Tuesday, December 9, 2025
16.1 C
Bhubaneswar

କୋଟଗଡରେ ଲଗାଣ ବର୍ଷା, ଘରେ ପଶିଲା ପାଣି

ଫୁଲବାଣୀ: କନ୍ଧମାଳ ଜିଲା କୋଟଗଡ଼ରେ ଗତ ୩ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଅଞ୍ଚଳବାସୀ ତ୍ରାହି ତ୍ରାହି ଡ଼ାକ ଦେଲେଣି। ବର୍ଷା ଯୋଗୁଁ ବିଶେଷ କରି ମାଟିଝାଟିରେ ଥିବା ଘରର ପରିବାରମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ଲଗାଣ ବର୍ଷା ଫଳରେ ଅନେକଙ୍କ ଘରେ ପାଣି ପଶିଯାଇଥିବା ବେଳେ ବିଦ୍ୟୁତ୍‍ ବିଭ୍ରାଟ ଆଉ ଏକ ବଡ଼ ସମସ୍ୟା ହୋଇଛି। ବର୍ଷା ଯୋଗୁଁ ସ୍ଥାନୀୟ ଶଗଡ଼ିଆ ସାହିର ଛାୟା ନାୟକ, କୌଶଲ୍ୟା ନାୟକ ଓ ସନ୍ୟା ନାୟକଙ୍କ ଭଳି ଅନେକଙ୍କ ଘରେ ପାଣି ପଶିଯିବା ସହିତ ବହୁ ମାଟି ଘର ମଧ୍ୟ ଭାଙ୍ଗିରୁଜି ଯାଇଥିବାର ଖବର ମିଳିଛି। ଏ ଦିଗରେ ରାଜସ୍ୱ ବିଭାଗ ପକ୍ଷରୁ ଦୃଷ୍ଟି ଦେଇ ସରକାରୀ ସହାୟତା ପାଇଁ ମଧ୍ୟ ବିଭିନ୍ନ ମହଲରେ ଦାବି ହୋଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories