www.samajalive.in
Monday, December 8, 2025
16.1 C
Bhubaneswar

ଡ଼୍ୟାମ୍‌ରେ ଭାସୁଛି ଅଜଣା ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହ

ବେଲପଡା : ବେଲପଡା ଥାନା ଡୁଙ୍ଗରିପାଲି ଡ୍ୟାମରୁ ଗୁରୁବାର ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ମହିଳାଙ୍କ ପଚିଚୟ ମିଳିନଥିବା ବେଳେ ମୃତ ଶରୀରକୁ ଦେଖିଲେ କେହିଁ ହତ୍ୟା କରି ପାଣିରେ ଫିଙ୍ଗିଦେଇଥିବା ଭଳି ଜଣାପଡୁଛି। ପୁଲିସ ତଦନ୍ତ ପରେ ହତ୍ୟା ନା ଆତ୍ମହତ୍ୟା ଜଣାପଡିବ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବେଲପଡା ଥାନା ଡୁଙ୍ଗରିପାଲି ଡ୍ୟାମକୁ ଆଜି ସକାଳେ ଲୋକମାନେ ଶୈାଚପାଇଁ ଯିବା ସମୟରେ ପାଣିରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ମୃତଦେହଟିର ସମସ୍ତ ଅଙ୍ଗ ଫୁଲି ଯାଇଛି। ପରେ ବେଲପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଟଣାଗଡ ପଠାଯାଇଥିବା ଏବଂ ପରିଚୟ ମିଳିନଥିବା କହିଛି। ପୁଲିସ ନିଷ୍କ୍ରିୟତା ଯୋଗୁଁ ଅଞ୍ଚଳଳରେ କ୍ରମାଗତ ଭାବେ ହତ୍ୟା, ଆତ୍ମହତ୍ୟା, ଚୋରି, ଲୁଟପାଟ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଖୁଲମ ଖୁଲା ଅପରାଧିମାନେ ବୁଲୁଥିବା ସତ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ ଅପରାଧ ବୃଦ୍ଧି ପାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଜିଲା ପୁଲିସ ଏଅଞ୍ଚଳ ଉପରେ ଦୃଷ୍ଟିଦେଇ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ପାଇଁ ଦାବି ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories