www.samajalive.in
Sunday, December 7, 2025
26.1 C
Bhubaneswar

କଟକ ସହରରେ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି; କରୋନା ସଂକ୍ରମଣ ହାର ବେହେରା ସାହିରେ କମୁଛି, ମାଲ୍‌ଗୋଦାମରେ ନିୟନ୍ତ୍ରଣରେ ରହିଛି: ଅନନ୍ୟା ଦାସ

ଭୁବନେଶ୍ବର: କଟକ ସହରର ମାଲଗୋଦାମ ଅଞ୍ଚଳରେ କୋଭିଡ୍‌ ପଜିଟିଭ୍‌ ସଂଖ୍ୟା ଅଧିକ। ମାଲଗୋଦାମ ବେହେରା ସାହିରେ ପଜିଟିଭ୍ ସଂଖ୍ୟା ଅଧିକ। ବେହେରା ସାହି ନିଟକ ତେଲୁଗୁ ଓ ଜଳୁଆ ସାହିରେ ମଧ୍ୟ ଅଧିକ ପଜିଟିଭ୍ ଚିହ୍ନଟ। ବେହେରା ସାହିରୁ ୨୮୦, ତେଲୁଗୁ ସାହିରୁ ୮୧, ଜଳୁଆ ସାହିରୁ ୪୩ ଚିହ୍ନଟ। ବେହେରା ସାହିରୁ ଧୀରେ ଧୀରେ ପଜିଟିଭ୍‌ ସଂଖ୍ୟା କମୁଛି। ସହରରେ ଟେଷ୍ଟିଂ ସଂଖ୍ୟା ଅଧିକରୁ ଅଧିକ ବଢ଼ାଯାଇଛି। ଆଗକୁ ପିଏଚ୍‌ସିରେ କୋଭିଡ୍‌ ଟେଷ୍ଟର ବ୍ୟବସ୍ଥା କରାଯିିବ। କଟକ ସହରର ମାଲଗୋଦାମ ନିକଟ ବେହେରା ସାହି କଣ୍ଟେନମେଣ୍ଟ ଜୋନରେ କିଛି ଦିନ କରୋନା ପଜିଟିଭ ସଂଖ୍ୟା ବଢ଼ିଛି। ସେହିପରି ତେଲୁଗୁ ସାହି ଓ ଜଲୁଆ ସାହିକୁ ମଧ୍ୟ କଣ୍ଟେନମେନ ଜୋନ କରାଯାଇଛି। କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନରେ ଟେଷ୍ଟିଂ ବଢ଼ାଯାଇଛି। ମାଲଗୋଦାମରେ ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମାଲଗୋଦାମରେ କରୋନା ନିୟନ୍ତ୍ରଣକୁ ଆସୁଛି। ଲୋକେ ଜିନିଷପତ୍ର କିଣିବା ପାଇଁ ନିଜର ଘର ପାଖରେ ଥିବା ଦୋକାନକୁ ବାଛନ୍ତୁ ବୋଲି କଟକ ସହରରେ ସ୍ଥିତି ନେଇ ସିଏମ୍‌ସି କମିଶନର ଅନ୍ୟାନ୍ୟ ଦାସ ପ୍ରକାଶ କରିଛନ୍ତି।
ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି ଯେ କଟକ ସହରର ୩ଟି କଣ୍ଟେନମେଣ୍ଟ ଜୋନରୁ ୪୦୪ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବେହେରା ସାହିରେ ୧୨୦୦ ଲୋକ ରହୁଥିବା ବେଳେ ଏଠାରୁ ୬୮୯ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି। ଏଥିରୁ ୨୮୦ ଜଣଙ୍କର ନମୁନା ପଜିଟିଭ ଆସିଛି। ତେଲୁଗୁ ସାହିରେ ୩୪୫ ଜଣଙ୍କ ମଧ୍ୟରୁ ୨୧୨ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିବାବେଳେ ସେଥିମଧ୍ୟରୁ ୮୧ ଜଣ ପଜିଟିଭ ଚିହ୍ନଟ ହୋଇଥିଛନ୍ତି। ସେହିପରି ଜଲୁଆ ସାହିରୁ ୬୨ ଜଣଙ୍କର ନମୁନା ସଂଗ୍ରହ କରିଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି ବୋଲି ସିଏମ୍‌ସି କମିସନର ଅନନ୍ୟା ଦାସ ପ୍ରକାଶ କରିଛନ୍ତି। କଟକ ସହରରେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି। ଟେଷ୍ଟିଂ ସଂଖ୍ୟା ବଢ଼ିଛି ଏବଂ ଆଗାମୀ ଦିନରେ ଏହା ଆହୁରି ବଢ଼ାଇବାକୁ ଯୋଜନା ରଖାଯାଇଛି। କଟକ ଏକ ପୁରୁଣା ସହର ହୋଇଥିବାରୁ ଏଠାରେ ଅଧିକାଂଶ ସାହିବସ୍ତି ଅଛି। ତେଣୁ ସାହି ଓ ବସ୍ତି ଅଞ୍ଚଳରେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି ବୋଲି ସିଏମ୍‌ସି କମିସନର ଅନନ୍ୟା ଦାସ ପ୍ରକାଶ କରିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories