www.samajalive.in
Sunday, December 7, 2025
26.1 C
Bhubaneswar

‘ବୟନିକା’ କିଣିଛି ୧୦ କୋଟି ଟଙ୍କାର ଲୁଗା, ଯୋଗାଇଛି ୪ କୋଟି ୩୦ ଲକ୍ଷ ଟଙ୍କାର ସୂତା

ଭୁବନେଶ୍ୱର:ସମଗ୍ର ଦେଶରେ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଇଅଛି। କୋଭିଡ୍‌ କଟକଣା ଯୋଗୁଁ ବିଗତ ବର୍ଷ ଭଳି ଏ ବର୍ଷ ଏହି ଦିବସଟିକୁ ଓଡ଼ିଶାରେ ଜାକଜମକରେ ପାଳନ କରାଯାଇ ପାରିଲା ନାହିଁ । ହସ୍ତତନ୍ତ କଳା ପ୍ରତି ଜନସାଧାରଣଙ୍କ ଆଗ୍ରହ ସୃଷ୍ଟି କରିବା ଏବଂ ବୁଣାକାରମାନଙ୍କ ସମ୍ମାନାର୍ଥେ ଏହି ଦିବସକୁ
ସାରା ଦେଶ ଓ ରାଜ୍ୟରେ ପାଳନ କରାଯାଇଛି। ବୟନିକା ଓ ବୁଣାକାର ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ‘ବୟନିକା’ ଦୀର୍ଘ ୬୪ ବର୍ଷ ଧରି ବୁଣାକାରଙ୍କ ସେବାରେ ଅନବରତ ଭାବେ ନିଜକୁ ଉତ୍ସର୍ଗୀକୃତ କରି ଆସିଛି। ଆଜି ମହାମାରୀ କୋଭିଡ୍‌ର ସଂକ୍ରମଣରେ ସମଗ୍ର ରାଜ୍ୟ ତଥା ଦେଶ ପ୍ରପୀଡ଼ିତ। ଏହି ପରିପ୍ରେକ୍ଷୀରେ ବୁଣାକାରଙ୍କ ପ୍ରତି ‘ବୟନିକା’ର ଦାୟିତ୍ୱବୋଧତା ବହୁଗୁଣିତ ହୋଇଛି। ଏହି ପରିସ୍ଥିତିରେ ବୁଣାକାରମାନେ ନିଜର ବୃତ୍ତିକୁ କିପରି ବଞ୍ଚାଇ ରଖିବା ସହ ନିଜର ଜୀବିକା ଉପାର୍ଜନ କରିପାରିବେ ସେଥିପାଇଁ ‘ବୟନିକା’ ବିଶେଷ ଯତ୍ନବାନ। ଅପ୍ରେଲ୍‌ ୨୦ ତାରିଖଠାରୁ ଏ ଯାବତ୍‌ ‘ବୟନିକା’ ବିଭିନ୍ନ ବୁଣାକାର ସମବାୟ ସମିତିକୁ ୪ କୋଟି ୩୦ ଲକ୍ଷ ଟଙ୍କାର ସୂତା ଯୋଗାଇ ଦେଇଛି ଏବଂ ସେମାନଙ୍କଠାରୁ ପ୍ରାୟ ୧୦ କୋଟି ଟଙ୍କାର ଲୁଗା କ୍ରୟ କରିଛି। ମଜୁରି ଓ ଲୁଗା ବକେୟା ବାବଦକୁ ସମିତିମାନଙ୍କୁ ୧୨ କୋଟି ୩୮ ଲକ୍ଷ ଟଙ୍କା ପ୍ରଦାନ କରିଛି। ଏହା ଦ୍ୱାରା ଓଡ଼ିଶାର ବୁଣାକାରମାନେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାରେ ସକ୍ଷମ ହୋଇପାରିଛନ୍ତି।

ଗତବର୍ଷ ତୁଳନାରେ ‘ବୟନିକା’ ଚଳିତ ବର୍ଷ ୨୦ କୋଟି ଟଙ୍କାର ବ୍ୟବସାୟ ଏ ଯାବତ୍‌ ହରାଇ ସାରିଛି। ଯଦି ଏହି କୋଭିଡ୍‌ ସମସ୍ୟା ଶୀଘ୍ର ଦୂରୀଭୂତ ନହୁଏ ‘ବୟନିକା’ ଅଧିକ ବ୍ୟବସାୟ ହରାଇବ। ଏହାକୁ ଦୃଷ୍ଟିରେ ରଖି ଏବଂ ବୁଣାକାରଙ୍କୁ ନିୟମିତ କାମ ଯୋଗାଇ ତାଙ୍କର ବସ୍ତ୍ରକୁ କିଣିବା ନିମନ୍ତେ ପବିତ୍ର ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଓଡ଼ିଶା ସରକାର ‘ବୟନିକା’କୁ ୧୫ କୋଟି ଟଙ୍କାର ସୁଧମୁକ୍ତ କାର୍ଯ୍ୟକାରୀ ମୂଳଧନ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହା ‘ବୟନିକା’ ଓ ବୁଣାକାରଙ୍କ ପାଇଁ ରାଜ୍ୟ ସରକାରଙ୍କ ଏକ ବଡ଼ ପଦକ୍ଷେପ। ଆଶା, ‘ବୟନିକା’ ବୁଣାକାରଙ୍କ ଉନ୍ନତି ପାଇଁ ଆଗାମୀ ଦିନରେ ଆହୁରି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories