www.samajalive.in
Sunday, December 7, 2025
26.1 C
Bhubaneswar

ଅଶାନ୍ତ ହେଉଛି ବୁର୍ଲା ସହର, ପୁଣି ଯୁବକଙ୍କୁ ଛୁରାରେ ଆକ୍ରମଣ

ବୁର୍ଲା:  ବୁର୍ଲା ସହରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ୧୦ ଦିନ ମଧ୍ୟରେ ୩ଟି ଘଟଣା ସମ୍ନାକୁ ଆସିଥିବା ବେଳେ ସମସ୍ତ ଘଟଣାରେ ଛୁରା ମାଡ କରି ଲୁଟିନେବା ଘଟଣା ରହିଛି । ତେବେ ପୁଲିସ ଏହି ଘଟଣାରେ ଲିପ୍ତଥିବା ଅପରାଧୀଙ୍କୁ କାବୁ କରିବା ପାଇଁ ଅଭିଯାନ ଜାରି ରଖିଥିବା ବେଳେ ପୁଣି ଗତକାଲି ବୁଧବାର ରାତିରେ ବୁର୍ଲା ଲକ୍ଷ୍ମୀପୂଜା ଛକରେ ବୁର୍ଲା ମଝିପାଲିର ରଞ୍ଜିତ ଆଚାର୍ଯ୍ୟ (୩୪)ଙ୍କୁ ଜଣେ ଦୁର୍ବୁତ୍ତ ଛୁରା ମାଡ କରି ଲହୁଲୁହାଣ କରି ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ରଞ୍ଜିତ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ଅପରାଧି ପୁଲିସ ହାତରେ ଧରା ପଡ଼ି ନ ଥିବା ଜଣାପଡ଼ିଛି । ତେବେ ପୂର୍ବରୁ ଘଟିଥିବା ବାକି ୩ଟି ଘଟଣାର ଅପରାଧୀଙ୍କୁ ଧରି ପୁଲିସ କୋର୍ଟ ଚାଲାଣ କରିଥିବା ବୁର୍ଲା ଥାନାଧିକାରୀ ବିଭୂତି ଭୂଷଣ ଭୋଈ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରଞ୍ଜିତ ଲକ୍ଷ୍ମୀପୂଜା ଛକରେ ଶ୍ରୀରାମଙ୍କ ପୂଜାରେ ଯୋଗଦାନ କରିବା ପାଇଁ ଯାଇଥିଲେ। ସେଠାରୁ ଫେରିବା ସମୟରେ ସେହି ଛକ ପାଖରେ ଜଣେ ଯୁବକ ନିଶାସେବନ କରି ଦୁର୍ବ୍ୟବହାର  କରିଥିଲେ। ଏହାର ପ୍ରତିବାଦ କରିବାରୁ ଉକ୍ତ ଯୁବକ ପବନା ଦାସ ଏକ ଧାରୁଆ ଅସ୍ତ୍ରରେ ରଞ୍ଜିତଙ୍କ କପାଳ ଏବଂ ବାମ କାନରେ ଆକ୍ରମଣ କରିଥିଲେ । ତେବେ ରଞ୍ଜିତ ଏଥିରେ ରକ୍ତଜୁଡୁବୁଡୁ ହୋଇ ତୁରନ୍ତ ମେଡିକାଲକୁ ଯାଇ ଚିକିତ୍ସିତ ହେବା ପରେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିବା ରଞ୍ଜିତ ସୂଚନା ଦେଇଛନ୍ତି ।  ଏହାର ୮ଦିନ ମଧ୍ୟରେ ବୁର୍ଲା ସହରର ବିଭିନ୍ନ ସ୍ଥାନରେ ୩ ଟି ଛୁରା ମାଡ ଘଟଣା ଘଟିଯାଇଛି। ତେବେ ବାରମ୍ବାର ସହରରେ ଏଭଳି ଅପରାଧିକ କାର୍ଯ୍ୟ ବୃଦ୍ଧି ପାଇ ଚାଲିଥିବାରୁ ସ୍ଥାନୀୟଲୋକଙ୍କ ମଧ୍ୟରେ ଭୟର ବତାବରଣ ସୃଷ୍ଟି ହେବା ସହିତ ପୁଲିସ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ଦାବି ହେଉଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories