www.samajalive.in
Friday, December 12, 2025
14.1 C
Bhubaneswar

ଅନ୍‍ଲାଇନ୍‍ ପାଠପଢ଼ି ଛାତ୍ର ଉଦ୍ଭାବନ କଲେ ରୋବଟିକ୍‍ ନର୍ସ

ନିମାପଡ଼ା: ଅନ୍‍ଲାଇନ୍‍ରେ ପାଠପଢ଼ି ଜଣେ ଛାତ୍ର ରୋବଟିକ୍‍ ନର୍ସ ଉଦ୍ଭାବନ କରିବାରେ ସଫଳତା ପାଇଛନ୍ତି। ତାଙ୍କର ଏହି ନୂଆ ଉଦ୍ଭାବନ ରୋବଟିକ୍‍ ନର୍ସ କରୋନା ଯୋଦ୍ଧାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଥିବାବେଳେ କରୋନା ଆକ୍ରାନ୍ତଙ୍କୁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ବିତରଣ କରିବାରେ କ୍ଷମତା ରଖିଛି।
କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବାବେଳେ କରୋନା ଯୋଦ୍ଧା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ସଂକ୍ରମଣଙ୍କ ସଫଳ ଚିକିତ୍ସା କରୁଛନ୍ତି। କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବାବେଳେ ସେମାନଙ୍କ ସଂସ୍ପର୍ଶରେ ଆସି ଅନେକ ଏହି ମହାମାରୀର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଡାକ୍ତର କିମ୍ବା ନର୍ସ ଅଥବା ସ୍ୱାସ୍ଥ୍ୟକର୍ମୀଙ୍କ ବଦଳରେ କରୋନା ରୋଗୀଙ୍କୁ ଚିକିତ୍ସା ସମୟରେ ଏକ ରୋବଟିକ୍‍ ନର୍ସ ସେମାନଙ୍କ ପାଖରେ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚାଇ ଦେଇପାରିବ। ଏଭଳି ଏକ ରୋବଟିକ୍‍ ନର୍ସ ଉଦ୍ଭାବନ କରିଛନ୍ତି ନିମାପଡ଼ା ଡିଏଭି ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ସୌମେନ୍ଦ୍ର ମିଶ୍ର। ଏହି ରୋବଟିକ୍‍ ନର୍ସ କରୋନା ରୋଗୀଙ୍କୁ ଚିକିତ୍ସା ସମୟରେ ସେମାନଙ୍କ ପାଖକୁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚାଇ ପାରିବ ବୋଲି ସୌମେନ୍ଦ୍ର ଦାବି କରିଛନ୍ତି।
ନିମାପଡ଼ା ବ୍ଲକ ଅନ୍ତୁଆର ପଞ୍ଚାୟତ ତରଡ଼ପଡ଼ା ଗ୍ରାମର ବଳରାମ ମିଶ୍ରଙ୍କ ପୁଅ ସୌମେନ୍ଦ୍ର ମାତ୍ର ୭ଦିନରେଏକ ରୋବଟିକ୍‍ ନର୍ସ ତିଆରି କରିପାରିଛନ୍ତି। ଏଥିପାଇଁ ସେ ୧୨ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ରୋବୋଟିକ୍‍ ନର୍ସ ଅଙ୍ଗୁଳି ଇଙ୍ଗିତ ମାଧ୍ୟମରେ କରୋନା ଆକ୍ରାନ୍ତ ରୋଗୀଙ୍କ ପାଖରେ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ସହଜରେରେ ପହଞ୍ଚାଇ ଦେଇପାରିବ। ସେହିପରି ରୋବଟିକ୍‍ ନର୍ସ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ସାନିଟାଇଜ୍‍ ମଧ୍ୟ କରାଯାଇପାରିବ। ଏଥିରେ ଏକ ଇଲୋକ୍ଟ୍ରୋନିକ୍‍ କିଟ୍‍ ଓ ସେନ୍‍ସର ଆଦି ସରଞ୍ଜାମ ଲାଗିଛି। ଏହି ରୋବର୍ଟଟିକୁ ତିଆରି କରିବା ପଛରେ ତାଙ୍କ ପିତାମାତାଙ୍କ ପ୍ରେରଣା ରହିଛି ବୋଲି ସୌମେନ୍ଦ୍ର ପ୍ରକାଶ କରିଛନ୍ତି। ଏହି ରୋବଟିକ୍‍ ନର୍ସକୁ କରୋନା ରୋଗୀମାନଙ୍କ ଚିକିତ୍ସାରେ ସମୟରେ ବ୍ୟବହାର କରାଗଲେ ଆଗ ଧାଡ଼ିର କୋଭିଡ୍‍ ଯୋଦ୍ଧା ଯଥା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନେ ରୋଗୀଙ୍କ ସଂସ୍ପର୍ଶରେ ଆସି ଯେଉଁ ସଂକ୍ରମଣର ଶିକାର ହେଉଛନ୍ତି ତାହା ବହୁମାତ୍ରାରେ ଦୂର ହୋଇପାରିବ ବୋଲି ସୌମେନ୍ଦ୍ର ଆଶା ପ୍ରକାଶ କରିଛନ୍ତି। ତେବେ ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା କରୋନା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଯୋଗାଇ ଏହି ରୋବୋଟିକ୍‍ ନର୍ସ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସୌମେନ୍ଦ୍ରଙ୍କ ପିତା ବଳରାମ କହିଛନ୍ତି। କରୋନା ମହାମାରୀ ସମୟରେ ଅନ୍‍ଲାଇନ୍‍ରେ ପାଠପଢ଼ି ସୌମେନ୍ଦ୍ର କରୋନା ଯୋଦ୍ଧାଙ୍କ ପାଇଁ ଏକ ରୋବଟିକ୍‍ ନର୍ସ ଉଦ୍ଭାବନ ଉଦ୍ୟମକୁ ସାଧାରଣରେ ବେଶ୍‍ ପ୍ରଶଂସା କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories