www.samajalive.in
Monday, December 8, 2025
14.1 C
Bhubaneswar

କୋଭିଡ୍‍ ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା ଓ ପ୍ରଭୁ ଶ୍ରୀରାମଙ୍କ ପାଇଁ ଦୀପ ପ୍ରଜ୍ୱଳନ କଲେ ପାଇକ ମହାସଂଘ ଓ ଗଡ଼େଶ୍ୱର ହାଟ ବଣିକ ସଂଘ

ଭୁବନେଶ୍ୱର:କରୋନା ମହାମାରୀ ଯେତେବେଳେ ସମଗ୍ର ପୃଥିବୀକୁ ଗ୍ରାସ କରିଛି କରୋନା ରାକ୍ଷସର ଅନଳ ଗର୍ଭଭିତରେ ଶହଶହ ନିରୀହ ମଣିଷ ଲୀନ ହୋଇଯାଉଛନ୍ତି ସେଥିରୁ ଆମ ରାଜ୍ୟ ଓଡ଼ିଶା ବାଦ୍ ଯାଇନି ଚାରି ଆଡ଼େ ହାଃ ହାଃ କାର, ଧନ, ଜୀବନ, ଜୀବିକା ଅର୍ଥନୀତି ବିପର୍ଯ୍ୟସ୍ତ ସବୁ ଠପ୍ ହୋଇଯାଇଛି। ଲୋକେ ତ୍ରାହି ତ୍ରାହି ଡ଼ାକୁଛନ୍ତି ପ୍ରତ୍ୟେକ ଦିନ କରୋନା ନିରିହ ମଣିଷମାନଙ୍କୁ ଗ୍ରାସ କରୁଛି। ଆସ୍ୱସ୍ତିର ବିଷୟ ସମଗ୍ର ବିଶ୍ୱ ତୁଳନାରେ ଓଡ଼ିଶାରେ ମୃତ୍ୟୁହାର ଖୁବ୍ କମ୍ ଏହା କେବଳ ସମ୍ଭବ କରୋନା ସହିତ ଲଢେଇ କରୁଥିବା ଆମ କରୋନା ଯୋଦ୍ଧାଙ୍କ ପାଇଁ ଏହି ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ କରୋନା ଯୋଦ୍ଧାଙ୍କ ବଳିଦାନ ପାଇଁ ଆଜି ବୀରସୁରେନ୍ଦ୍ର ସାଏ ନଗର ଠାରେ ନିଖିଳ ଓଡ଼ିଶା ପାଇକ ମହାସଂଘ ଓ ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ଏକ ମିନିଟ୍‍ଣ୍ଟନୀରବ ପ୍ରାର୍ଥନା ସଭା ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଦୀର୍ଘ ଦିନର ପ୍ରତୀକ୍ଷା ପରେ ମର୍ଯ୍ୟଦା ପୁରୁାଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିରର ଶିଳାନ୍ୟାସ ଉତ୍ସବ ଅଯୋଧ୍ୟାଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ଭିଏସ୍‍ଏସ୍‍ ନଗର ଠାରେ ନିଖିଳ ଓଡ଼ିଶା ପାଇକ ମହାସଂଘ ଓ ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ସୁଚାର ରୂପେ ସମ୍ପାଦିତ ହେବାପାଇଁ ୧୦୮ ଦ୍ୱୀପ ପ୍ରଜ୍ୱଳନ କରି ଭକ୍ତିପୂତ ଅର୍ଘ୍ୟ ଅର୍ପଣ କରାଯାଇଥିଲା।
ନିଖିôଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ ପାଲଟାସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମିଳିତ ଉତ୍ସବରେ ପାଇକ ମହାସଂଘ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ଗଡେଶ୍ୱର ହାଟ ବ୍ୟବସାୟୀ ସଂଘ ସଭାପତି ମନୋରଞ୍ଜନ ସାହୁ ଓ ସମ୍ପାଦକ ଲକ୍ଷ୍ମଣ ସାହୁ, ଜାଗୃତି ବିଏମ୍ସି ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଡ଼ଃ ରମାକାନ୍ତ ମହାନନ୍ଦ, ଯୁବସାମ୍ବାଦିକ ରାଜୀବ ନୟନ ରଥ, ସମରଞ୍ଜନ ମହାନ୍ତି, ଦୀପକ କୁମାର ବାରିକ୍, ଉତ୍ତମ କୁମାର ମହାନ୍ତି, ଶାରଦା ପ୍ରସାଦ ଦାସ ଓ ଅନୁଷ୍ଠାନର ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories