www.samajalive.in
Sunday, December 7, 2025
14.1 C
Bhubaneswar

ସଜନା ଫୁଲ ପକୋଡା

ଏହି ଫୁଲ ବାଡିବଗିଚାରେ ସହଜରେ ମିଳିଥାଏ। ବିଶେଷକରି ଟିକେ ଜୋର୍ ବର୍ଷା ହେଲେ ଏହା ବର୍ଷା ମାଡରେ ଝଡିପଡେ। ଏହାକୁ ବ୍ୟବହାର କରି ସୁସ୍ୱାଦୁ ପକୋଡା ପ୍ରସ୍ତୁତ କରିବାର ଉପାୟ ଜାଣନ୍ତୁ।

ଆବଶ୍ୟକ ସାମଗ୍ରୀ:

- Advertisement -
  • ସଜନା ଫୁଲ ୩କପ୍,
  • ବେସନ ୧କପ୍, ସୁଜି ୨ଚାମଚ,
  • କର୍ନଫ୍ଲୋର ୨ଚାମଚ,
  • ଅଦା ରସୁଣ ପେଷ୍ଟ ୨ଚାମଚ,
  • କଟା ଧନିଆପତ୍ର ଓ ପୋଦିନା ପତ୍ର,
  • ଛୋଟଛୋଟ କଟା ହୋଇଥିବା ୨-୩ଟି କଞ୍ଚାଲଙ୍କା,
  • ଆବଶ୍ୟକତା ଅନୁସାରେ ତେଲ ଓ ଲୁଣ

ପ୍ରସ୍ତୁତି: ସଜନାଫୁଲକୁ ଭଲଭାବେ ବାଛି ପରିଷ୍କାର କରି ଧୋଇଦେବେ। ଗୋଟିଏ ପାତ୍ରରେ ଏହି ଫୁଲ, ବେସନ, କର୍ନଫ୍ଲୋର, ଅଦା ରସୁଣ ପେଷ୍ଟ, କଟା କଞ୍ଚାଲଙ୍କା, ଧନିଆପତ୍ର, ପୋଦିନାପତ୍ର ମିଶାଇ ଆବଶ୍ୟକତା ଅନୁସାରେ ପାଣି ଓ ଲୁଣ ଦେଇ ଗୋଳାଇ ଦିଅନ୍ତୁ। ଏହା ପକୋଡା କରିବା ପରି ବହଳ ହୋଇଥିବା ଜରୁରୀ। କଡେଇରେ ତେଲ ଗରମ କରି ଏହି ମିଶ୍ରଣକୁ ଛୋଟଛୋଟ ପିଆଜି ଆକାରରେ ପକାଇ ଛାଣନ୍ତୁ। ଦୁଇପଟ ଭଲଭାବେ ଛାଣି ହୋଇଗଲେ ବାହାର କରିଦେବେ। ଏବେ ଗରମଗରମ ସଜନା ଫୁଲ ପକୋଡା ଭାତ ସହିତ କିମ୍ବା ସ୍ନାକ୍ସ ଭାବେ ଖାଇବାକୁ ପ୍ରସ୍ତୁତ ହୋଇଗଲା। କଟା ପିଆଜ ଓ ସସ୍ ସହିତ ଏହାକୁ ପରଷି ଦିଅନ୍ତୁ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories