www.samajalive.in
Sunday, December 7, 2025
14.1 C
Bhubaneswar

୧୦ମାସ ହେଲା ଖେଳାଳିଙ୍କୁ ପାଉଣା ଦେଇନାହିଁ ବିସିସିଆଇ

ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ଼ (ବିସିସିଆଇ)କୁ ବିଶ୍ଵର ସବୁଠୁ ଧନୀ କ୍ରିକେଟ ବୋର୍ଡ଼ ଭାବରେ ଗଣାଯାଏ । ମାତ୍ର କରୋନା ଯୋଗୁଁ ବିସିସିଆଇ ମଧ୍ୟ ସଙ୍କଟରେ ପଡ଼ିଥିବା ଦେଖାଯାଇଛି । ଯେଉଁଠି ବିଶ୍ଵର ବିଭିନ୍ନ କ୍ରିକେଟ୍ ବୋର୍ଡ଼ (ଶ୍ରୀଲଙ୍କା, ବଙ୍ଗଳାଦେଶ, ଦକ୍ଷିଣ ଆଫ୍ରିକା, ୱେଷ୍ଟ ଇଣ୍ଡିଜ)  ବିସିସିଆଇଠାରୁ ଆର୍ଥିକ ସହାୟତା ଆଶାରେ ଅଛନ୍ତି ସେଠାରେ ଏପରି ଏକ ଖବର ପହଞ୍ଚିଛି ଯାହା ଭାରତୀୟ କ୍ରିକେଟ ପ୍ରଶଂସକମାନଙ୍କୁ ଭୟଭୀତ କରିବାକୁ ଯଥେଷ୍ଟ । ବିସିସିଆଇ ଭାରତୀୟ ଦଳର ଛାମୁଆଁ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନଙ୍କ ସମେତ ବହୁ ଖେଳାଳିଙ୍କୁ ଗଲା ୧୦ ମାସ ହେଲା ଦରମା ଦେଇପାରି ନାହିଁ ।

ଇଂରାଜୀ ଖବରକାଗଜ ଇଣ୍ଡିଆ ଏକ୍ସପ୍ରେସରେ ପ୍ରକାଶିତ ଏକ ଖବର ଅନୁସାରେ ବିସିସିଆଇ ୨୭ ଭାରତୀୟ ଖେଳାଳିଙ୍କୁ ସହ ବାର୍ଷିକ ଚୁକ୍ତି କରିଛି । ଯେଉଁମାନଙ୍କୁ ଅକ୍ଟୋବର ମାସ ପରେ ଦରମା ଦିଆଯାଇ ନାହିଁ । କେବଳ ସେତିକି ନୁହେଁ ଏହି ଖେଳାଳିମାନଙ୍କୁ ୨ ଟେଷ୍ଟ, ୯ ଦିନିକିଆ ଓ ୮ ଟି-ଟ୍ବେଣ୍ଟି ମ୍ୟାଚର ଫି ମଧ୍ୟ ମିଳିନାହିଁ। ରିପୋର୍ଟ ଅନୁସାରେ ଏହି ଖେଳାଳିମାନଙ୍କର ୯୯ କୋଯି ଟଙ୍କା ବିସିସିଆଇ ଉପରେ ବାକି ରହିଛି ।

- Advertisement -

୨୦୧୮ ଆର୍ଥିକ କାରବାର ସମ୍ପର୍କରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିସିସିଆଇ ନିକଟରେ ୫୫୨୬ କୋଟି ଟଙ୍କା ନଗଦ ତଥା ବ୍ୟାଙ୍କ ଜମା ରହିଥିଲା । ଏହା ମଧ୍ୟରେ ୨୯୯୨ କୋଟି ଟଙ୍କା ସ୍ଥାୟୀ ଜମା ରହିଛି । ୨୦୧୮ ଅପ୍ରେଲ ମାସରେ ବିସିସିଆଇ ଷ୍ଟାର ଇଣ୍ଡିଆ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ୫ ବର୍ଷ ପାଇଁ ବିସିସିଆଇକୁ ଷ୍ଟାର ଇଣ୍ଡିଆ ୬୧୩୮ କୋଟି ଟଙ୍କା ଦେବ । ଏହା ସତ୍ବେ ବିସିସିଆଇ ଖେଳାଳିଙ୍କ ବକେୟା ରାଶି ପଇଠ କରିପାରି ନାହିଁ । ୮ ଜଣ ଖେଳାଳି ବକେୟା ପାଇ ନ ଥିବା ମଧ୍ୟ ସ୍ବୀକାର କରିଛନ୍ତି ।

ବିସିସିଆଇ ୩ଟି ବର୍ଗରେ ଖେଳାଳିଙ୍କ ସହ ଚୁକ୍ତି କରିଛି । ବିରାଟ, ରୋହିତ, ବୁମରା ପ୍ରମୁଖ ଏ ପ୍ଲସ ଗ୍ରେଡ଼୍ରେ ରହିଛନ୍ତି । ଯେଉଁମାନଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳୁଛି । ସେହିପରି ଅନ୍ୟ ଏ ଗ୍ରେଡ଼ ଖେଳାଳିଙ୍କୁ ବାର୍ଷିକ ୫ କୋଟି, ବି ଗ୍ରେଡ଼ ଖେଳାଳିଙ୍କୁ ୩ କୋଟି ଓ ସିଗ୍ରେଡ଼୍ ଖେଳାଳିଙ୍କୁ ୧ କୋଟି ଟଙ୍କା ମିଳିଥାଏ । ଏହାବ୍ୟତୀତ ଖେଳାଳିଙ୍କୁ ମ୍ୟାଚ୍ ଫି ବାବଦରେ ଟେଷ୍ଟ ନିମନ୍ତେ ୧୫ ଲକ୍ଷ, ଦିନିକିଆ ପାଇଁ ୬ ଲକ୍ଷ ଓ ଟି-୨୦ ନିମନ୍ତେ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories