www.samajalive.in
Tuesday, November 18, 2025
16.1 C
Bhubaneswar

ବିଶ୍ଵକପ ଧରି ଗୁରୁବାର ସକାଳ ୬ଟା ୨୦ରେ ନୂଆଦିଲ୍ଲୀରେ ପହଞ୍ଚିବ ଟିମ୍ ଇଣ୍ଡିଆ, ସ୍ଵାଗତ ପାଇଁ ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ: ବାର୍ବାଡସରେ ଫସି ରହିଥିବା ଟିମ ଇଣ୍ଡିଆର ଖେଳାଳିମାନେ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ବୁଧବାର ବିମାନରେ ଉଡ଼ାଣ ଆରମ୍ଭ କରିଛନ୍ତି। ଟି-୨୦ ବିଶ୍ଵକପ ଜିତିବା ପରେ ଖେଳାଳିମାନେ ଘରକୁ ଫେରିପାରି ନ ଥିଲେ। ଭୀଷଣ ବାତ୍ୟା ଯୋଗୁ ବିମାନ ଉଡ଼ାଣ ବନ୍ଦ ରହିବାରୁ ଖେଳାଳିମାନେ ହୋଟେଲରେ ଫସି ରହିଥିଲେ। ଏହା ପରେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ଚାର୍ଟର ବିମାନ ଏଆଇସି୨୪ଡବ୍ଲ୍ୟୁସି ଖେଳାଳିମାନଙ୍କୁ ଆଣିବା ଲାଗି ବାର୍ବାଡସ ଅଭିମୁଖେ ଯାତ୍ରା କରିଥିଲା। ବୁଧବାର ବିମାନଟି ଖେଳାଳିମାନଙ୍କୁ ଧରି ଉଡ଼ାଣ ଆରମ୍ଭ କରିଛି। ଗୁରୁବାର ସକାଳ ୬ଟା ୨୦ରେ (ଭାରତୀୟ ସମୟ) ବିମାନଟି ନୂଆଦିଲ୍ଲୀରେ ପହଞ୍ଚିବ।

 

View this post on Instagram

 

A post shared by Rohit Sharma (@rohitsharma45)

- Advertisement -

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏ ସମ୍ପର୍କରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ରୋହିତ ଏବଂ ସୂର୍ଯ୍ୟକୁମାର ଯାଦବ ଟି-୨୦ ଟ୍ରଫି ସହିତ ଏକ ଫଟୋ ପୋଷ୍ଟ କରି ଖୁବଶୀଘ୍ର ଫେରୁଛୁ ବୋଲି ଲେଖିଛନ୍ତି। ବିସିସିଆଇ ପକ୍ଷରୁ ଏହି ବିମାନ ବ୍ୟବସ୍ଥା କରାଯାଇଛି। ଏଥିରେ ଖେଳାଳି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସମେତ ବିସିସିଆଇ ଅଧିକାରୀ, କର୍ମଚାରୀ ଏବଂ ଯାତ୍ରା କରିଥିବା ଗଣମାଧ୍ୟମ ପ୍ରତିନିଧିମାନେ ଫେରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଭାରତ ଟି-୨୦ ବିଶ୍ଵକପ ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଟାଇଟଲ ବିଜୟୀ ହୋଇଥିଲା।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories