www.samajalive.in
Saturday, December 6, 2025
15.1 C
Bhubaneswar

ସାମ୍ନାକୁ ଆସିଲା ବଜାଜ ସିଏନଜି ବାଇକର ପ୍ରଥମ ଝଲକ

ନୂଆଦିଲ୍ଲୀ : ଦେଶର ଅଟୋ ସେକ୍ଟର ତୀବ୍ର ଗତିରେ ବଦଳୁଛି । ଗାଡି ନିର୍ମାତା କମ୍ପାନୀମାନେ ଲଗାତର ଏମିତି ଗାଡି ଆଣୁଛନ୍ତି ଯାହା ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବା ସହିତ ତାଙ୍କ ବଜେଟକୁ ସୁହାଉଛି । ଏବେ ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ବଜାଜ ଅଟୋ ଏମିତି କିଛି କରିଦେଖାଇଛି ଯାହା କୌଣସି ଗାଡି ନିର୍ମାତା କରିନାହାଁନ୍ତି । ଲୋକମାନେ ଅପେକ୍ଷା କରିଥିବା ସିଏନଜି ବାଇକକୁ କମ୍ପାନୀ ୫ ଜୁଲାଇରେ ବଜାର ପ୍ରବେଶ କରିବାକୁ ଯାଉଛି । କମ୍ପାନୀ ଏହାର ଏକ ଟିଜର ମଧ୍ୟ ଜାରି କରିଛି ।

ଏହି ଟିଜରରେ ବାଇକର ଡିଜାଇନର ଆଉଟଲେଟ୍ ଓ ସ୍ବିଚଗିୟରକୁ ଦର୍ଶାଯାଇଛି । ଏଥିରେ ଏକ ସୁଇଚ୍ ରହିଛି ଯେଉଁଥିରେ ଉପଭୋକ୍ତା ବାଇକକୁ ପେଟ୍ରୋଲରୁ ସିଏନଜିକୁ ସ୍ବିଚ୍ କରିପାରିବେ । ଏହି ସିଏନଜି ମୋଟରସାଇକେଲର ବଜାର ପ୍ରବେଶ ଅବସରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ରହିବେ । ଏବେ କମ୍ପାନୀ ଗାଡି ସମ୍ପର୍କରେ ଅଧିକ ସୂଚନା ଦେଇନି କିନ୍ତୁ ନିକଟରେ ଭିନ୍ନ ଭିନ୍ନ ଟେଷ୍ଟିଂ ସମୟରେ ଏହାକୁ ଦେଖିବାକୁ ମିଳିଥିଲା । କମ୍ପାନୀ ଏହାକୁ ୧୧୦ ସିସି କିମ୍ବା ୧୨୫ ସିସି ଇଞ୍ଜିନ ସହିତ ବଜାରକୁ ଆଣିପାରେ । ଏହାର ମାଇଲେଜ୍ ଅଧିକ ହେବ ଯାହା ଏହି ଗାଡିକୁ ଅନ୍ୟ ଗାଡିଠୁ ଖାସ୍ କରିବ ।

କଙ୍ଗାରୁ କୋର୍ଟରେ ନିର୍ଯାତନା ପରେ ଏସିଡ୍ ପିଇ ପୀଡ଼ିତାଙ୍କ ଆତ୍ମହତ୍ୟା

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories