www.samajalive.in
Friday, December 5, 2025
26.1 C
Bhubaneswar

ଉତ୍କୃଷ୍ଟ ପ୍ରଦର୍ଶନର ପୁରସ୍କାର, ପ୍ରଥମ ଭାରତୀୟ ଖେଳାଳି ଭାବେ ହାର୍ଦ୍ଦିକ ପାଇଲେ ଏହି ମାନ୍ୟତା

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ସଦ୍ୟତମ ଟି-୨୦ ରାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ତଥା ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ୧ ନମ୍ବର ଅଲରାଉଣ୍ଡର ସାଜିଛନ୍ତି। ସଦ୍ୟତମ ରାଙ୍କିଙ୍ଗ୍‌ରେ ସେ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗାଙ୍କ ସହ ମିଳିତ ଭାବେ ୧ ନମ୍ବର ସ୍ଥାନ ହାସଲ କରିଛନ୍ତି। ହାର୍ଦ୍ଦିକ ଦୁଇ ସ୍ଥାନ ଉପରକୁ ଉଠି ଶ୍ରୀଲଙ୍କା ଷ୍ଟାର ୱାନିନ୍ଦୁ ହସରଙ୍ଗାଙ୍କ ସମକକ୍ଷ ହୋଇଛନ୍ତି। ଟି-୨୦ ବିଶ୍ୱକପ୍ ୨୦୨୪ ଫାଇନାଲରେ ଚମତ୍କାର ପ୍ରଦର୍ଶନ ପାଇଁ ହାର୍ଦ୍ଦିକଙ୍କୁ ପୁରସ୍କାର ମିଳିଛି। ଫାଇନାଲରେ ହାର୍ଦ୍ଦିକ ହେନ୍‌ରିକ୍‌ କ୍ଲାସେନ୍ ଏବଂ ଡେଭିଡ ମିଲରଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ। ଟୁର୍ଣ୍ଣାମେଣ୍ଟରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ଉତ୍କୃଷ୍ଟ ଥିଲା ଏବଂ ସେ ଟି-୨୦ରେ ବିଶ୍ଵର ନଂ୧ ଅଲରାଉଣ୍ଡର ହୋଇଥିବା ପ୍ରଥମ ଭାରତୀୟ ଖେଳାଳି ପାଲଟିଛନ୍ତି।

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories