www.samajalive.in
Sunday, December 7, 2025
14.1 C
Bhubaneswar

୧୦ ଲକ୍ଷରୁ ଅଧିକ ସଂକ୍ରମିତ ଆରୋଗ୍ୟ; ମୃତ୍ୟୁହାର ୨.୨%

ନୂଆଦିଲ୍ଲୀ : ଦେଶରେ ୧୦ ଲକ୍ଷରୁ ଅଧିକ ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିବା ସହ କୋଭିଡ୍‍-୧୯ରୁ ଆରୋଗ୍ୟ ଲାଭ କରିବା କ୍ଷେତ୍ରରେ ଭାରତ ଏକ ନୂଆ ସଫଳତା ହାସଲ କରିଛି। କୋଭିଡ୍‍-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୧୦ଲକ୍ଷ ୨୦ ହଜାର ୫୮୨କୁ ବୃଦ୍ଧି ପାଇଛି। ଆଉ ୩୨ ହଜାର ୫୫୩ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ସହିତ ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୬୪.୪୩%କୁ ବୃଦ୍ଧି ପାଇଛି। ଦେଶରେ କୋଭିଡ୍‍ ମୃତ୍ୟୁହାର ମଧ୍ୟ ହ୍ରାସ ପାଇ ୨. ୨% ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗୋଟିଏ ଦିନ ଭିତରେ ସର୍ବାଧିକ ସଂଖ୍ୟକ ୫୨ ହଜାର ୧୨୩ ଜଣ ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିବାର ଜଣାପଡ଼ିଛି। ଫଳରେ ଦେଶରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ୮୩ ହଜାର ୭୯୨ ରହିଛି। ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲରେ ୫ଲକ୍ଷ ୨୮ ହଜାର ୨୪୨ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଗୋଟିଏ ଦିନରେ ଆଉ ୭୭୫ ଜଣ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ସହ ଦେଶରେ କୋଭିଡ୍‍ ମୃତ୍ୟୁସଂଖ୍ୟା ୩୪ ହଜାର ୯୬୮ରେ ପହଞ୍ଚିଛି।
ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କହିଛି, ଆଉ ୪ଲକ୍ଷ ୪୬ ହଜାର ୬୪୨ଟି ନମୁନା ପରୀକ୍ଷା କରାଯାଇଛି। ଦେଶରେ ଏପର୍ଯ୍ୟନ୍ତ ୧କୋଟି ୮୧ ଲକ୍ଷ ୯୦ ହଜାର ୩୮୨ଟି ନମୁନାର ପରୀକ୍ଷା କରାଯାଇ ସାରିଲାଣି। ବର୍ତ୍ତମାନ ମୋଟ୍‍ ୧ହଜାର ୩୨୧ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି।
ଦେଶରେ କୋଭିଡ୍‍-୧୯ ଆରୋଗ୍ୟହାର ବୃଦ୍ଧି ପାଇଚାଲିଥିବା ବେଳେ ମୃତ୍ୟୁ ହାରରେ କ୍ରମାଗତ ଭାବେ ହ୍ରାସ ଘଟୁଛି। ଆରୋଗ୍ୟହାର ଦୃଷ୍ଟିରୁ ଦିଲ୍ଲୀ ଶୀର୍ଷ ସ୍ଥାନରେ ଥିବାବେଳେ ଦିଲ୍ଲୀର ଆରୋଗ୍ୟହାର ୮୮.୯୯%କୁ ବୃଦ୍ଧି ପାଇଛି। ଲଦାଖ, ହରିଆଣା, ଆସାମ ଓ ତେଲଙ୍ଗନା ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଆରୋଗ୍ୟ ହାର ମଧ୍ୟ ୭୪%ରୁ  ଅଧିକ ରହିଛି। ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ଜାତୀୟ ଆରୋଗ୍ୟ ହାରଠାରୁ ଉପରେ ରହିଛି। ସର୍ବାଧିକ ଲୋକ ଆରୋଗ୍ୟ ଲାଭ କରିଥିବା ରାଜ୍ୟ ଶ୍ରେଣୀରେ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ଥିବାବେଳେ ତାହାପରକୁ ତାମିଲନାଡୁ, ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ରହିଛି। ଦେଶର ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୃତ୍ୟୁ ହାର ଜାତୀୟ ମୃତ୍ୟୁ ହାରଠାରୁ କମ୍‍ ରହିଛି। ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତ
ଲୋକମାନଙ୍କ ମଧ୍ୟରୁ ଶତକଡ଼ା ୨୯ ଭାଗ କେବଳ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଉତ୍ତରପ୍ରଦେଶରୁ ରହିଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories