www.samajalive.in
Sunday, December 7, 2025
23.1 C
Bhubaneswar

ଜିଲା କଂଗ୍ରେସ ପକ୍ଷରୁ ନବରଙ୍ଗପୁରରେ ଡାକ୍ତର ଅଭାବକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ନବରଙ୍ଗପୁର : ରାଜ୍ୟସରକାର କେବିକେ କନ୍ଧମାଳ ଜିଲାରୁ ଗତ ୧୪ ତାରିଖ ଦିନ ସରକାର ଡାକ୍ତର ମାନଙ୍କୁ ପ୍ରତ୍ୟାହାର କରି ଗଞାମଜିଲାକୁ ସ୍ଥାନାନ୍ତରିତ କରିଛନ୍ତି। ଏପରିକି ଫର୍ମାସିଷ୍ଟ ଓ ନର୍ସ ମାନଙ୍କୁ ମଧ୍ୟ ବଦଳି କରିଛନ୍ତି। ଏହାକୁ ବିରୋଧ କରି ଜିଲା କଂଗ୍ରେସ କମିଟି ପକ୍ଷରୁୁ ନବରଙ୍ଗପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଚେତାବନୀ ଦେଇଥିଲେ। ଗତ କିଛି ଦିନ ତଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଓ ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ସରକାରଙ୍କୁ ଚରମବାଣୀ ଶୁଣାଇଥିଲେ।

ଆଜି ନବରଙ୍ଗପୁର ଜିଲା କଂଗ୍ରେସ ସମେତ ୮ଟି ଜିଲାରେ ଦାବୀପତ୍ର ପ୍ରଦାନ କରାଯାଇଛି। ନବରଙ୍ଗପୁର ଠାରେ ୨୫୩ ଜଣ ଡାକ୍ତର ପଦବୀ ସ୍ଥଳେ ୯୬ ଜଣଙ୍କୁ ରଖାଯାଇଛି। ବଳକା ୧୫୭ ପଦବୀ ଖାଲିପଡିଛି। ପୁଣି ସିଡିଏମଓ ସମେତ ୨ ବରିଷ୍ଠ ଡାକ୍ତରଙ୍କ ବଦଳି ରାଜ୍ୟ ସରକାରଙ୍କ ବୈମାତୃକ ପରିଲକ୍ଷିତ ହୋଇଛି। ଏନେଇ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇ ତୁରନ୍ତ ସମସ୍ତ ଡାକ୍ତର ପଦବୀ ପୂରଣ ପାଇଁ ଜିଲାକଂଗ୍ରେସ ଦାବୀ କରିଛି। କଂଗ୍ରେସ କର୍ମକର୍ତ୍ତାମାନେ ଜିଲାପାଳଙ୍କର କାର୍ଯ୍ୟାଳୟକୁ ଯାଇ ମୁଖ୍ୟନ୍ତ୍ରୀଙ୍କର ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ। ଏଥିରେ ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ସମେତ ଉପସଭାପତି ଦିଲ୍ଲୀପ କୁମାର ବେହେରା, ନଗର ସଭାପତି ଉତ୍ତମ ତ୍ରିପାଠୀ, ପିସିସି ସମ୍ପାଦକ ସରୋଜ କୁମାର ପାତ୍ର, ଯୁବନେତା ଅବଦୁଲ ଫିରୋଜ, ଜିଲା ସାଧାରଣ ସମ୍ପାଦକ ପ୍ରଦୀପ ସାହୁ, ସୁମିତ ହରିଜନ, ବାସୁଦେବ ପଟ୍ଟନାୟକ, ବରିଷ୍ଠନେତା ସତ୍ୟନାରାୟଣ ତ୍ରିପାଠୀ ,ଜିଲା ସମ୍ପାଦକ କୁନାପାଢୀ, ନନ୍ଦାହାଣ୍ଡିବ୍ଳକ ସଭାପତି ବୃନ୍ଦା ତ୍ରିପାଠୀ, ଟୁକୁଲୁ ସମେତ ଅନ୍ୟାନ୍ୟ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories