www.samajalive.in
Sunday, December 7, 2025
26.1 C
Bhubaneswar

ସଫଳତାର ୫ଟି ମନ୍ତ୍ର : ଡ. ଏପିଜେ ଅବଦୁଲ କଲାମ

ଭାରତରତ୍ନ ଡ. ଏ ପି ଜେ ଅବଦୁଲ କଲାମଙ୍କ ଆଜି ଶ୍ରାଦ୍ଧବାର୍ଷିକ।ତାଙ୍କର ପୁରା ନାମ ଅବୁଲ ପାକିର ଜୈନୁଲଅବଦିନ ଅବଦୁଲ କଲାମ ମସୁଦି ଏ ପି ଜେ ଅବଦୁଲ କଲାମ।ସେ ସ୍ୱପ୍ନର ସୌଦାଗର ତ କେତେବେଳେ ସେ ମିସାଇଲ ମ୍ୟାନ, ପୁଣି ସେ ଜନତାର ରାଷ୍ଟ୍ରପତି, ଏଭଳି ନାମରେ ଅବଦୁଲ କଲାମ ପରିଚିତ। ବାଲିଷ୍ଟିକ୍‌ ମିସାଇଲ୍‌ ବା କ୍ଷେପଣାସ୍ତ୍ର ନିର୍ମାଣ ଓ ବିକାଶ କ୍ଷେତ୍ରରେ ଅଗ୍ରଗଣ୍ୟ ହୋଇଥିବାରୁ ଏହି ବିଶ୍ବବିଖ୍ୟାତ ବୈଜ୍ଞାନିକଙ୍କୁ ‘ମିସାଇଲ୍‌ ମ୍ୟାନ’ର ଆଖ୍ୟା ମଧ୍ୟ ଦିଆଯାଇଛି। ଏତଦବ୍ୟତୀତ କଲାମଙ୍କ ମତରେ ସଫଳତାକୁ ସ୍ପର୍ଶ କରିବା ପାଇଁ କେଉଁ ୫ଟି ଜିନିଷରୁ ଦୂରେଇ ରଖିବା ଉଚିତ ତାହା ଜାଣନ୍ତୁ….
ଅହଂକାର – ଅହଂକାରୀ ବ୍ୟକ୍ତି ଜୀବନରେ ଉନ୍ନତି କରିପାରି ନଥାଆନ୍ତି। ସେ ସବୁବେଳେ ନିଜକୁ ବଡ଼ ଭାବି ଥାଆନ୍ତି। ତେଣୁ ଯେଉଁମାନେ କେବଳ ମୁଁ, ମୋର ଏପରି ଚିନ୍ତାଧାରେ ରୁହନ୍ତି, ସେମାନେ ସଫଳତାର ନିକଟତର ହୋଇ ପାରନ୍ତି ନାହିଁ।
ଅତ୍ୟଧିକ ମୋହ – କୌଣସି ଜିନିଷ ପ୍ରତି ଅତ୍ୟଧିକ ମୋହ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ। ଅନେକ ଲୋକେ ମୋହ ପାଇଁ ଠିକ ଭୁଲର ବିଚାର କରିପାରନ୍ତି ନାହିଁ। ତେଣୁ ମୋହକୁ ଜଡ଼ତାର ପ୍ରତୀକ ବୋଲି ମଧ୍ୟ କୁହାଯାଏ।
ଏକାଗ୍ରତାର ଅଭାବ – ଯାହା ନିକଟରେ ଏକାଗ୍ରତାର ଅଭାବ ଥାଏ, ତା’ର ମନ ସ୍ଥିର ରହିନଥାଏ। ତେଣୁ ସଫଳତା ପାଇଁ ଏକାଗ୍ରତା ଆବଶ୍ୟକ।
କ୍ରୋଧ – ବହୁ ସମୟରେ ଏପରି ଦେଖାଯାଏ, ବ୍ୟକ୍ତିର ଇଚ୍ଛା ପୂରଣ ହୋଇନଥାଏ, ମନରେ କ୍ରୋଧ ଜାତ ହୋଇଥାଏ। କ୍ରୋଧକୁ ନିୟନ୍ତ୍ରଣ କରିବା ଦ୍ୱାରା ହିଁ ସଫଳତା ମିଳିଥାଏ। ତେଣୁ କ୍ରୋଧ କେବଳ କ୍ଷତି କରିଥାଏ ବୋଲି କୁହାଯାଏ।
ଅଳ୍ପ ଜ୍ଞାନ – ଯେକୌଣସି କାର୍ଯ୍ୟରେ ସଫଳତା ପାଇବା ପାଇଁ ଗଭୀର ଜ୍ଞାନର ଆବଶ୍ୟକତା ରହିଥାଏ। ଅଳ୍ପ ବିଦ୍ୟା ସର୍ବଦା ସମସ୍ୟା ସୃଷ୍ଟି କରିଥାଏ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories