www.samajalive.in
Tuesday, December 9, 2025
16.1 C
Bhubaneswar

ସୁରକ୍ଷା ଓ ସହାୟତା ନେଇ ବିଡିିଓଙ୍କ ନିକଟରେ ଦାବି

ବାଂଶପାଳ: ବାଂଶପାଳ ବ୍ଲକର ସମସ୍ତ ଜିପିିଏଲଏଫକର୍ମୀ ସାମ୍ମୁଖ୍ୟ ଆନୁକୂଲ୍ୟରେ କାର୍ଯ୍ୟରତ ଓଡିିଶା ଜୀବିିକା ମିଶନ କ୍ୟାଡରଙ୍କ ବିଭିନ୍ନ ଦାବିକୁ ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାଂଶପାଳ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରିଙ୍କ ଜରିଆରେ ପ୍ରଦାନ କରାଯାଇଛି। କୋଭିଡ-୧୯ ସମୟରେ ମଧ୍ୟ ସମାଜ କଲ୍ୟାଣ ନିମନ୍ତେ ସଦାସର୍ବଦା ନିରବଛିନ୍ନ ଭାବେ ସେମାନେ ସେବା ପ୍ରଦାନ କରୁଛନ୍ତି। ସେମାନଙ୍କର ସୁରକ୍ଷା ଏବଂ ଆର୍ଥିକ ସହାୟତକୁ ନେଇ ସେମାନେ ଦାବି କରିିଛନ୍ତିି।

ଟିଏମସିି ଗୁଡିକରେ ପ୍ରତ୍ୟେକ ସପ୍ତାହ ଡାଟା ପ୍ରଦାନ, ଗ୍ରାମିଣସ୍ତରରେ କୋଭିଡ-୧୯କୁ ନେଇ ତାଲିିମ ସହ ସଚେତନତା ସୃଷ୍ଟି କରିବା ଓଡିଶା ଜୀବିିକା ମିଶନରେ ସ୍ୱୟଂସହାୟିକା ଗୋଷ୍ଟିଦ୍ୱାରା ମାସ୍କ ପ୍ରସ୍ତୁ କରିି ବଣ୍ଟନ କରିବା , ସ୍ୱୟଂସହାୟିକା ଗୋଷ୍ଟିିଙ୍କୁ ରନ୍ଧାଖାଦ୍ୟ ପ୍ରସ୍ତୁତିି କରି ପରିବେଷଣରେ ସହାୟତା କରିବା, ସରକାରଙ୍କ ଦ୍ୱାରା ପ୍ରାଥମିକସ୍ତରରେ ୫୪ ଦିନର ସଟଡାଉନରେ ତେଜରାତି ଓ ପନିପରିବା ପ୍ରତ୍ୟକ ଘରେ ପହଞ୍ଚାଇବାରେ ସହାୟତା କରିବା , ଗ୍ରାମୀଣସ୍ତରରେ ଘରକୁ ଫେରୁଥିବା ପ୍ରବାସୀଙ୍କ ସୂଚନା ପଞ୍ଚାୟତରେ ପଞ୍ଜିକରଣ କରାଇବାରେ ସହଯୋଗ ,କୋଭିଡ-୧୯ ସମୟରେ ସରକାରଙ୍କଠାରୁ ମିଳିଥିବ ଋଣରେ ସ୍ୱୟଂସହାୟକ ଗୋଷ୍ଟିଙ୍କୁ ବ୍ୟାଙ୍କସ୍ତରରେ ସହଯୋଗ କରିବା, ସଙ୍କଟ ସମୟରେ ଗ୍ରାମାଞ୍ଚଳର ପ୍ରତ୍ୟକ ପରିବାରର ଜୀବିକା ଓ ବିକାଶ ଲାଗି ତୃଣମୂଳସ୍ତରରେ ସମସ୍ତ ଆର୍ଥିକ ସହାୟତା ପ୍ରଦାନ, ଓଡିଶା ଜୀବିକା ମିଶନରେ ସମସ୍ତ ସ୍ୱୟଂସହାୟିକାର ସଦସ୍ୟ ଓ କ୍ୟାଡର ନିଜସ୍ୱ ସ୍ୱଳ୍ପସଞ୍ଚିତ ଅର୍ଥରୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ କୋଭିଡଡ-୧୯ ସମୟରେ ସହାୟତା ପ୍ରଦାନ କରିବା, ମହାତ୍ମାଗାନ୍ଦୀ କର୍ମ ନିଜୁକ୍ତି ଯୋଜନାରେ ଓଡିଶା ଜୀବିକା ମିଶନ ସାମିଲ ହୋଇ ବର୍ତ୍ତମାନ ମୋ ବଗିଚା ନର୍ସରୀ କାଯର୍ୟକ୍ରମରେ ଉକ୍ତ ହିତାଧିକାରୀଙ୍କୁ ସାମିଲ କରି ସମସ୍ତ ସହେଯାଗର ହାତ ବଢାଇ ପ୍ରମୁଖ ଭୂମିକା ଗ୍ରହଣ କରିଛି।

- Advertisement -

ଏହାକୁ ଆଖିଆଗରେ ରଖି ମୁଖ୍ୟତଃ ପାଞ୍ଚଟି ଦାବିକୁ ସେମାନେ ମୁକୟମନ୍ତ୍ରୀଙ୍କ ନିକଟରେ ଜଣାଇଚନ୍ତି। ଯାହାକି ସେମାନଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରାଯାଇ ଓଏଲଏମ କର୍ମକର୍ତ୍ତାଭାବେ ପରିଗଣିତ କରାଯାଉ। ଦ୍ୱୀତିୟରେ କରୋନାଯୋଦ୍ଧା ଭାବରେ ଘୋଷଣା, ତୃତୀୟରେ ଓଏଲଏମ ଏସଏଚଜିଙ୍କୁ କୋଭିଡଡ-୧୯ ସମୟରେ ସେବା ଯୋଗାଇଥିବାରୁ ସେମାନଙ୍କୁ ସର୍ବସାଧାରଣଙ୍କ ଦୃଷ୍ଟି ଗୋଚରକୁ ଅଣାଯାଇ ସମ୍ମାନିତ କରାଯାଉ, ଚତୁର୍ଥରେ କୋଭିଡ -୧୯ରେ କାର୍ଯ୍ୟରତ କ୍ୟାଡରଙ୍କର ଜୀବନବୀମା ଓ ଭବିଷ୍ୟତ ସୁରକ୍ଷା ପାଇଁ ଧ୍ୟାନ ଦିଆଯାଉ,ପଞ୍ଚମରେ ଓଏଲଏମ ଦ୍ୱାରା ସୃଷ୍ଟି ହୋଇଥିବା ବର୍ତ୍ତମାନ ଓ ଭବିଷ୍ୟତର ସମସ୍ତ ନିଯୁକ୍ତିରେ ଉକ୍ତ କ୍ୟାଡରଙ୍କୁ ଅଗ୍ରଧିକାର ଯୋଗାଇ ଦେବାକୁ ସଂଘ ପକ୍ଷରୁ ସଭାପତି ସସ୍ମିତା ପାତ୍ର,ସାଧାରଣ ସମ୍ପାଦକ ବିଣାପାଣି ମାହାନ୍ତଙ୍କ ସମେତ ଏମବିକେ, ସିଆରସି, କୃଷିମିତ୍ର, ଏଲଏସଟି ଏବଂ ବ୍ୟାଙ୍କମିତ୍ର ପ୍ରମୁଖ ଦାବି କରିଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories