www.samajalive.in
Tuesday, December 9, 2025
15.1 C
Bhubaneswar

ଚିତାବାଘ ଭୟରେ୨ଘଣ୍ଟା ଗଛରେ ବସିଲେ ଯୁବକ ; ଶିକାର ହେଲା ପୋଷା କୁକୁର

ଇନ୍ଦୌର : ଜଙ୍ଗଲରେ ନିଜ ଗୃହପାଳିତ ପଶୁଙ୍କୁ ଚରାଉଥିବା ଜଣେ ଯୁବକଙ୍କ ସମ୍ମୁଖକୁ ହଠାତ ଏକ ଚିତାବାଘ ଆସିଯିବାପରେ ସେ ନିକଟରେ ଏକ ଗଛ ଉପରକୁ ଚଢିଯାଇଥିଲା। ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ସେ ଗଛରେ ବସି ସାହାଯ୍ୟ ପାଇଁ ଅପେକ୍ଷା କରି ରହିଲା। ସେହି ସମୟରେ ଚିତାବାଘଟି ଉକ୍ତ ଯୁବକଟିର ପୋଷା କୁକୁରକୁ ଶିକାର କରି ନେଇଥିଲା। ଯେକି ସେହି ଗଛ ତଳେ ନିଜ ମାଲିକକୁ ଅପେକ୍ଷା କରି ବସିରହିଥିଲା। ଏହି ସମସ୍ତ ଘଟଣାକୁ ଯୁବକ ଜଣଙ୍କ ନିଜ ମୋବାଇଲ ଫୋନରେ ରେକର୍ଡ଼ କରିଥିବା ଜଣାପଡ଼ିଛି। ଯାହା ବର୍ତମାନ ଖୁବ ଭାଇରାଲ ହେବାକୁ ଲାଗିଛି।
ଇନ୍ଦୌର ଜିଲାର ମହୁ ତହସିଲର ଅଂଚଳ ଅନ୍ତର୍ଗତ ଏକ ଜଙ୍ଗଲରେ ଜଣେ ଯୁବକ ନିଜ ଗୃହପାଳିତ ପଶୁଙ୍କୁ ଚରାଇବା ପାଇଁ ନେଇଥିଲେ। ହଠାତ ତାଙ୍କ ସମ୍ମୁଖକୁ ଏକ ଚିତାବାଘ ଆସିଯାଇଥିଲା। ନିଜ ଜୀବନ ବଂଚାଇବା ପାଇଁ ସେ କାଳବିଳମ୍ବ ନକରି ଗଛ ଉପରକୁ ଚଢି ଯାଇଥିଲେ। ମାତ୍ର ତାଙ୍କର ପୋଷା କୁକୁରଟି ସେଭଳି ଗଛ ତଳେ ନିଜ ମାଲିକକୁ ଅପେକ୍ଷା କରି ରହିଥିଲା। ଯୁବକ ଜଣଙ୍କ ଏ ସମସ୍ତ ଦୃଶ୍ୟକୁ ନିଜ ମୋବାଇଲ ଫୋନରେ ରେକର୍ଡ଼ କରୁଥିଲେ। ଦେଖୁ ଦେଖୁ ଚିତାବାଘଟି କୁକୁରଟିକୁ ନିଜ ଶିକାର କରି ନେଇଥିଲା। ଏହାପରେ ବାଘଟି ଗଛ ତଳେ ଠିଆ ହୋଇରହିଥିଲା। ମାତ୍ର ଯୁବକ ଜଣଙ୍କ ଧୈର୍ଯ୍ୟ ଧରି ସେପରି ଗଛ ଉପରେ ପାଖାପାଖି ୨ ଘଣ୍ଟା ବସି ରହିଥିଲେ। ଖବର ବିଷୟରେ ଗାଁ ଲୋକେ ଜାଣିବା ପରେ ଏକାଠି ହୋଇ ଲାଠି ଆଦି ନେଇ ଜଙ୍ଗଲରେ ପହଂଚିଥିଲେ। ଗଛରୁ ଯୁବକଙ୍କୁ ଉଦ୍ଧାର କରିଥିଲେ।
ଏହି ଅଂଚଳରେ ୨୦ ରୁ ଅଧିକ ଗୃହପାଳିତ ପଶୁଙ୍କୁ ଚିତାବାଘ ଶିକାର କରି ସାରିଛି। ଚିତାବାଘ ପାଇଁ ଏହି ଅଂଚଳରେ ଆତଙ୍କ ଖେଳି ରହିଛି। ଅଧିକାଂଶ ଆକ୍ରମଣ ଜଙ୍ଗଲରେ ଗାଈ, ମଇଁଷି ଆଦି ଚରୁଥିବା ସମୟରେ ହୋଇଛି। ଗାଁ ଭିତରକୁ ପଶି ମଧ୍ୟ ବାଘ ଅନେକଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି।
ଜଙ୍ଗଲରେ ଅନ୍ୟ ତୃଣଭୋଜୀଙ୍କ ସଂଖ୍ୟା କମ ଥିବାରୁ,ବାଘ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରୁଛି। ଚୋରଲ-ମହୁରେ ପ୍ରାୟ ୩୨ଟି ଚିତାବାଘ ରହିଛନ୍ତି। ସମ୍ପୃକ୍ତ ଘଟଣା ବିଷୟରେ ଗ୍ରାମବାସୀ ବନ ବିଭାଗକୁ ଜଣାଇଛନ୍ତି। ବନବିଭାଗ କର୍ମଚାରୀ ପହଂଚି ବାଘକୁ ଖୋଜାଖୋଜି ଆରମ୍ଭ କରିସାରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories