www.samajalive.in
Sunday, December 7, 2025
26.1 C
Bhubaneswar

ସିଲ୍ ଥିଲା କରୋନା ସଂକ୍ରମିତଙ୍କ ଘର, ଘରେ ପଶି ମାଂସ ଭୋଜି କରି ସୁନା ଗହଣା ଲୁଟିଲେ ଚୋର

ଝାଡ଼ଖଣ୍ଡ : ଘରେ ପଶି ଚୋରି କରିବା ଚୋରଙ୍କ ପାଇଁ ଏକ ସାଧାରଣ କଥା। ଏଥିପାଇଁ ସେମାନେ ବିଭିନ୍ନ କୌଶଳ ମଧ୍ୟ ବ୍ୟବହାର କରନ୍ତି। ମାତ୍ର ବେଳେ ବେଳେ ଚୋରଙ୍କ କାର୍ଯ୍ୟକଳାପ ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ। ଘରେ ପଶି ରୋଷଇ ପ୍ରସ୍ତୁତ କରି ଖାଇବା ଓ ପରେ ଲୁଟ କରିବା ଏଭଳି ଏକ ଘଟଣା ବର୍ତମାନ ଝାଡ଼ଖଣ୍ଡର ଜମଶେଦପୁରରେ ଅଂଚଳରେ ଘଟିଛି। ଏବେ କରୋନା ଭାଇରସ ନିଜର କାୟା ବିସ୍ତାର କରିଚାଲିଛି। ଯେଉଁ ଘରର ବ୍ୟକ୍ତି କରୋନା ପଜିଟିଭ ଭାବେ ଚିହ୍ନଟ ହେଉଛନ୍ତି, ପ୍ରଶାସନ ସେହି ଘରକୁ ନୋଟିସ ଲଗାଇ ସିଲ କରୁଛି। ଝାଡ଼ଖଣ୍ଡର ଜମଶେଦପୁରରେ ଜଣେ କରୋନା ସଂକ୍ରମିତଙ୍କ ଘରୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଚୋରମାନେ ଘରଟି ତାଲା ପଡ଼ିଥିବାର ଦେଖି ଏହାର ସୁଯୋଗ ନେଇଛନ୍ତି। ପ୍ରଥମେ ଘରେ ପଶି ମାଂସ ତରକାରୀ ପ୍ରସ୍ତୁତ କରି ଖାଇବା ସହ ଘରର ଆଲମିରା ଭାଙ୍ଗି ସୁନା ଟଙ୍କା ପଇସା ଆଦି ଲୁଟ କରି ନେଇଛନ୍ତି।
ସୂଚନା ଯୋଗ୍ୟ, ଜାମଶେଦପୁରର ପରସୁଡ଼ିହଥାନା ଅନ୍ତର୍ଗତ ଅଂଚଳରେ ରହୁଥିବା ଜଣେ ବ୍ୟକ୍ତି କରୋନା ଡ଼୍ୟୁଟି କରିବା ସମୟରେ ନିଜେ ମଧ୍ୟ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ଉକ୍ତ ବ୍ୟକ୍ତିଙ୍କ ପରିବାର ଗାଁରେ ରହୁଥିବାରୁ ଏଠାରେ ଘରେ କେହି ନଥିବାରୁ ପ୍ରଶାସନ ତାଙ୍କ ଘରକୁ ସିଲ କରିଦେଇଥିଲା।
ଘର ବନ୍ଦ ଥିବାର ସୁଯୋଗ ନେଇ ଚୋରମାନେ ତାଲା ବନ୍ଦ ଭାଙ୍ଗି ଘରେ ପଶି ୫୦୦୦୦ଟଙ୍କା, ସୁନାଗହଣା ଲୁଟ କରିନେଇଛନ୍ତି। ପାଖ ପଡ଼ୋଶୀ ଘରର ତାଲା ଭଙ୍ଗା ହୋଇଥିବା ଦେଖି ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ଏହା ଜଣାଇଥିଲେ। ସେମାନେ ଘଟଣାସ୍ଥଳରେ ପହଂଚି ଘରର ଦୃଶ୍ୟ ଦେଖି ଚକିତ ହୋଇ ରହିଯାଇଥିଲେ। ସେମାନେ ଘରର ଦୃଶ୍ୟ ଦେଖି ଜାଣିବାକୁ ପାଇଥିଲେ ପ୍ରଥମେ ଚୋରମାନେ ମାଂସ ରୋଷେଇ କରି ଖାଇବା ସହ ସୁନା ଗହଣା ଚୋରି କରିଥିଲେ। ଏହା ବିଷୟରେ ଜାଣି ଘରର ଲୋକେ ପ୍ରଥମେ ଘଟଣା ବିଷୟରେ ପୁଲିସକୁ ଜଣାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଏହାସହ ଚୋରମାନେ କେଉଁ କେଉଁ ସ୍ଥାନକୁ ଯାଇଛନ୍ତି, କାହା କାହା ସମ୍ପର୍କରେ ଆସିଛନ୍ତି, ଏହା ଅତି ଶୀଘ୍ର ଜଣାପଡ଼ିବା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories