ରିଲିଜ୍‍ ହେଲା ‘ଲୁଟକେସ୍‍’ ଟ୍ରେଲର

ମୁମ୍ବଇ: ବଲିଉଡ଼ ଅଭିନେତା କୁନାଲ ଖେମୁଙ୍କ ଅଭିନୀତ ଆଗାମୀ କମେଡ଼ି-ଡ୍ରାମା ଚଳଚ୍ଚିତ୍ର ‘ଲୁଟକେସ୍‍’ର ଟ୍ରେଲର ଗୁରୁବାର ରିଲିଜ୍‍ ହୋଇଛି। ଫକ୍ସ ଷ୍ଟାରର ଟ୍ୱିଟର ହ୍ୟାଣ୍ଡେଲରେ ଟ୍ରେଲର ରିଲିଜ୍‍ କରାଯାଇଛି। ଏହାସହିତ ଲେଖାହୋଇଛି, “ଏହି ‘ଲୁଟକେସ୍‍’ କାହାର ଭାଗ୍ୟ ବଦଳାଇବ”।

ଫିଲ୍ମରେ କୁନାଲ ଜଣେ ସାଧାରଣ ବ୍ୟକ୍ତି ନନ୍ଦନ ଭୂମିକାରେ ଅଭିନୟ କରିଛନ୍ତି, ଯିଏ କି ନୋଟ୍‍ ଭର୍ତ୍ତି ବ୍ୟାଗ୍‍ ପାଇବା ପରେ ତା’ର ଭାଗ୍ୟ ବଦଳିଯାଉଛି। ଏହା ବ୍ୟତୀତ ଅଭିନେତା ବିଜୟ ରାଜ ଜଣେ ଗ୍ୟାଙ୍ଗ୍‍ଷ୍ଟାର ଭୂମିକାରେ ନଜର ଆସିଛନ୍ତି। ଏଥିରେ ରସିକା ଦୁଗଲ, ରଣବୀର ଶୌରୀ ଓ ଗଜରାଜ ରାଓ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସମସ୍ତଙ୍କ ଦମଦାର ଅଭିନୟର ଝଲକ୍‍ ଟ୍ରେଲରରେ ଦେଖିବାକୁ ମିଳିଛି।

ରାଜେଶ କୃଷ୍ଣନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୩୧ ଜୁଲାଇରେ ଡିଜ୍ନୀ ପ୍ଲସ୍‍ ହଟଷ୍ଟାରରେ ରିଲିଜ୍‍ ହେବ।

Comments are closed.