www.samajalive.in
Wednesday, December 10, 2025
16.1 C
Bhubaneswar

୧୯ ବର୍ଷ ପରେ ଫେରୁଛି ଶକ୍ତିମାନ, ସାମ୍ନାକୁ ଆସିଲା ପ୍ରଥମ ଝଲକ୍‌

ସମାଜ ଡିଜିଟାଲ ଡେସ୍କ: ଦର୍ଶକଙ୍କ ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ପୁଣି ଫେରୁଛି ଲୋକପ୍ରିୟ ଟିଭି ଧାରାବାହିକ ‘ଶକ୍ତିମାନ୍‌’। ଭାରତରେ ବ୍ୟାଟ୍‌ମ୍ୟାନ୍‌ କିମ୍ବା ସ୍ପାଇଡରମ୍ୟାନ ନୁହେଁ ଶକ୍ତିମାନ ଥିଲା ୯୦ ଦଶକର ସୁପରହିରୋ। ୧୯୯୭ ମସିହାରେ ଆରମ୍ଭ ହୋଇଥିବା ଏହି ଧାରାବାହିକ ଦେଶର ଘରେ ଘରେ ପରିଚିତ ଥିଲା। ଇତି ମଧ୍ୟରେ ‘ଶକ୍ତିମାନ୍‌’କୁ ନେଇ ଆସିଛି ଏକ ବଡ଼ ଖରବ। ଶକ୍ତିମାନ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ମୁକେଶ ଖାନ୍ନା ନିଜ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ପେଜ୍‌ରେ ଏକ ଟିଜର ଓ ପୋଷ୍ଟର ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଶୋ’ର ପୁନଃ ଆରମ୍ଭ ଓ ସୁପରହିରୋର ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରିଛନ୍ତି।

ମୁକେଶ ଖାନ୍ନା ତାଙ୍କ ଇନଷ୍ଟାଗ୍ରାମରେ ‘ଶକ୍ତିମାନ’ର ବହୁପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ଘୋଷଣା କରି ପ୍ରଥମ ପୋଷ୍ଟର ଓ ଟିଜର ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘‘ବର୍ତ୍ତମାନ ତାଙ୍କ ଫେରିବାର ସମୟ ଆସିଛି … ଆମର ପ୍ରଥମ ଭାରତୀୟ ସୁପରଶିକ୍ଷକ-ସୁପରହିରୋ … ହଁ! ଯେହେତୁ ଆଜିକାଲିର ପିଲାଙ୍କୁ ଅନ୍ଧକାର ଏବଂ ଆସୁରିକ ଶକ୍ତି କବଳ କରିଛି … ତେଣୁ ତାଙ୍କ ପ୍ରତ୍ୟାବର୍ତ୍ତନର ସମୟ ଆସିଛି … ସେ ଏକ ବର୍ତ୍ତା ନେଇ ଫେରୁଛନ୍ତି। ସେ ଏକ ଶିକ୍ଷା ସହ ଫେରୁଛନ୍ତି। ଆଜିର ପିଢି ପାଇଁ। ତାଙ୍କୁ ଦୁଇ ହାତରେ ସ୍ୱାଗତ କରନ୍ତୁ !!!!! ଏବେ ଦେଖନ୍ତୁ ଟିଜର କେବଳ ଭୀଷ୍ମ ଇଣ୍ଟରନେସନାଲ ୟୁଟ୍ୟୁବ୍ ଚ୍ୟାନେଲରେ।’’

 

View this post on Instagram

 

A post shared by Mukesh Khanna (@iammukeshkhanna)

- Advertisement -


ପୋଷ୍ଟ ଶେୟାର କରିବା ମାତ୍ରେ ପ୍ରଶଂସକମାନେ ନିଜ ଉତ୍ସାହ କମେଣ୍ଟ ଜରିଆରେ ପ୍ରକାଶ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମୁଁ ଏହାକୁ ଦେଖିବାକୁ ଅନେକ ଥର ସ୍କୁଲ ବନ୍ଦ କରିଛି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଅପେକ୍ଷା କରିଛୁ ସାର୍‌, ସବୁଠାରୁ ଶକ୍ତିଶାଳୀ ପ୍ରଥମ ସୁପରହିରୋ ଆମ ଶକ୍ତିମାନ।

ଟିଜର ବିଷୟରେ କହିବାକୁ ଗଲେ, ଏହା ମୁଖ୍ୟତଃ ‘ଶକ୍ତିମାନ’ର ପୁରୁଣା ଏପିସୋଡଗୁଡିକର ଝଲକ ଦେଖିବାକୁ ମିଳିଛି ଏବଂ ଶେଷରେ ଶକ୍ତିମାନର ଗୀତ ସହ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ନଜର ଆସିଛି, ଯାହା ପ୍ରଶଂସକଙ୍କ ଉତ୍ସାହ ବଢାଇଦେଇଛି। ସୂଚନାଯୋଗ୍ୟ, ଡିଡି ନେସନାଲରେ ୧୯୯୭ ମସିହା ସେପ୍ଟେମ୍ବର ୧୩ରୁ ୨୦୦୫ ମସିହା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା ‘ଶକ୍ତିମାନ’।

 

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories