BJD Bijuli 480×75 Mob

ବାଚସ୍ପତିଙ୍କ ନୋଟିସ ବିରୋଧରେ ହାଇକୋର୍ଟ ଗଲେ ପାଇଲଟ୍‌

BJD Bijuli 480×75 Mob

ଜୟପୁର: ରାଜସ୍ଥାନ ସରକାର ବିରୋଧରେ ବିଦ୍ରୋହ ଆରମ୍ଭ କରିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ ବାଚସ୍ପତି ନୋଟିସ ଜାରି କରିବା ପରେ ସେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପାଇଲଟ୍‌ ତାଙ୍କ ୧୮ ସମର୍ଥକ ବିଧାୟକଙ୍କ ସହିତ ମିଶି ହାଇକୋର୍ଟରେ ପିଟିଶନ ଦାୟର କରିଛନ୍ତି। ଗୁରୁବାର ଅପରାହ୍ନ ୩ଟାରେ ମାମଲାର ଶୁଣାଣି କରିବାକୁ ଧାର୍ଯ୍ୟ ହୋଇଛି। ପାଇଲଟ୍‌ଙ୍କ ପକ୍ଷରୁ ହରିଶ ସାଲ୍‌ଭେ ଏବଂ ମୁକୁଲ ରୋହତଗୀ ମାମଲାର ପରିଚାଳନା କରିବେ। ସୂଚନା ଅନୁସାରେ, କଂଗ୍ରେସର ଅଭିଯୋଗ ଆଧାରରେ ପାଇଲଟ୍‌ ଏବଂ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ବାଚସ୍ପତି ନୋଟିସ ପଠାଇ ସେମାନଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାଯିବ ନାହିଁ ୨ ଦିନ ଭିତରେ ତାହାର ଜବାବ ଦେବାକୁ କହିଥିଲେ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଜାରି ରହିଥିବା ମତଭେଦକୁ ହ୍ରାସ କରିବା ଲାଗି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦୁଇ ବରିଷ୍ଠ ନେତାଙ୍କୁ ଦାୟିତ୍ଵ ଦେଇଛନ୍ତି। ପ୍ରିୟଙ୍କା କେ.ସି. ବେଣୁଗୋପାଳ ଏବଂ ଅହମ୍ମଦ ପଟେଲଙ୍କୁ ଏହି ଦାୟିତ୍ଵ ଦେବା ସହିତ ପାଇଲଟଙ୍କୁ ମନାଇ ଫେରାଇ ଆଣିବାକୁ କହିଛନ୍ତି।

Comments are closed.