www.samajalive.in
Monday, December 8, 2025
24.1 C
Bhubaneswar

ନୂଆ ଦଳର ପତାକା ଉନ୍ମୋଚନ କଲେ ଅଭିନେତା ବିଜୟ

ସମାଜ ଡିଜିଟାଲ ଡେସ୍କ: ତାମିଲ ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟ ନିଜ ନୂଆ ଦଳର ପତାକା ଉନ୍ମୋଚନ କରିଛନ୍ତି। ଗୁରୁବାର ସକାଳେ ପାନାଇୟୁରସ୍ଥିତ ଦଳୀୟ ମୁଖ୍ୟାଳୟଠାରେ ଦଳର ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ସେ ଏହାକୁ ଉନ୍ମୋଚନ କରିଛନ୍ତି। ନିକଟରେ ବିଜୟ ଏକ ନୂଆ ଦଳ ଗଠନ କରିଥିଲେ, ଯାହାର ନାଁ ହେଉଛି ତାମିଲାଗା ଭେଟ୍ଟ୍ରି କାଝାଗମ(ଟିଭିକେ)।

ଗତ ଫେବୃୟାରୀରେ ବିଜୟ ଟିଭିକେ ପାର୍ଟି ଗଠନ କରିଥିଲେ। ଅଗଷ୍ଟ ୨୨ରେ ଦଳର ପତାକା ଉନ୍ମୋଚନ ହେବ ବୋଲି ପୂର୍ବରୁ ଘୋଷଣା କରିଥିଲେ। ଆଜିଠାରୁ ତାମିଲନାଡୁର ପରିସ୍ଥିତି ପୂର୍ବ ତୁଳନାରେ ଉନ୍ନତ ହେବ ବୋଲି ପତାକା ଉନ୍ମୋଚନ ଅବସରରେ ବିଜୟ କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories