www.samajalive.in
Saturday, December 6, 2025
17.1 C
Bhubaneswar

ଆଜି ପୋଲାଣ୍ଡ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୋଦୀ , ଶୁକ୍ରବାର ୟୁକ୍ରେନ ଗସ୍ତ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଠାରୁ ଦୁଇଦିନିଆ ପୋଲାଣ୍ଡ ଗସ୍ତ କରିଛନ୍ତି। ଦୀର୍ଘ ୪୫ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଏହା ପୋଲାଣ୍ଡ ଗସ୍ତ। ପୋଲାଣ୍ଡର ୱାରସରେ ପହଞ୍ଚିବା ପରେ ମୋଦୀଙ୍କୁ ଭାରତୀୟ ସମୁଦାୟଙ୍କ ପକ୍ଷରୁ ବିପୁଳ ସ୍ବାଗତ କରାଯାଇଥିଲା। ସେମାନେ ମୋଦୀ ମୋଦୀ ଓ ଭାରତ ମାତା କି ଜୟ ନାରା ଦେଇଥିଲେ। ବିମାନବନ୍ଦରରେ ମୋଦୀଙ୍କୁ ପୋଲାଣ୍ଡର ଉପ ବୈଦେଶିକ ମନ୍ତ୍ରୀ ସ୍ବାଗତ କରିଥିଲେ। ପରେ ପ୍ରଧାନମନ୍ତ୍ରୀ ମହାରାଜା ଜାମ ସାହେବ ଦିଗବିଜୟସିଂହଜୀ ରଞ୍ଜିତସିଂହଜୀଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୧୯୪୨ରେ ମହାରାଜା ଜାମ ସାହେବ ପୋଲାଣ୍ଡର ଶିଶୁଙ୍କ ପାଇଁ ଜାମନଗରରେ ଶରଣାର୍ଥୀ ଶିବିର ସ୍ଥାପନ କରିଥିଲେ। ପୋଲାଣ୍ଡ ଗସ୍ତ କାଳରେ ଆଜି ମୋଦୀ ପୋଲାଣ୍ଡ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ଏବଂ ଆସନ୍ତାକାଲି ୟୁକ୍ରେନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories