www.samajalive.in
Monday, December 15, 2025
26.1 C
Bhubaneswar

ସେପ୍ଟେମ୍ବରରେ ଚମକିବ ଏହି ରାଶି ଭାଗ୍ୟ: ହଠାତ୍‌ ମିଳିବ ଧନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଚଳନ କରି ଥାଆନ୍ତି । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ । ବାଣୀ ଓ ବ୍ୟବସାୟର ଦାତା ବୁଧ ଭାଗ୍ୟର କାରକ ଗୁରୁ ଗ୍ରହ ସେପ୍ଟେମ୍ବର ମାସରେ ଗୋଟିଏ ଦିନରେ ଚଳନ କରିବେ । ଜାତକରେ ବୁଧଙ୍କ ସ୍ଥିତି ମଜଭୁତ ରହିଲେ, ଜୀବନରେ ସଫଳତା ମିଳିଥାଏ । ଗୁରୁ ମଜଭୁତ ରହିଲେ ଜ୍ଞାନ ବୃଦ୍ଧି ହୋଇଥାଏ । ବ୍ୟକ୍ତିଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟର ସାଥ୍‌ ମିଳିଥାଏ । ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଓ ଗୁରୁ ଗ୍ରହ ୨୨ ସେପ୍ଟେମ୍ବରରେ ଚଳନ କରିବେ । ରବିବାର ଦିନ ସକାଳ ୧୦ଟା ୧୫ ମିନିଟରେ ପ୍ରଥମେ ବୁଧ କନ୍ୟା ରାଶିରେ ଚଳନ କରିବେ, ସନ୍ଧ୍ୟା ୭ଟା ୧୪ ମିନିଟରେ ଗୁରୁ ଗ୍ରହ ମୃଗଶିରା ନକ୍ଷତ୍ରରେ ଚଳନ କରିବେ । ଏହାର ପ୍ରଭାବରେ ୩ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ..

୨୬ ଅଗଷ୍ଟରେ ମଙ୍ଗଳ କରିବେ ରାଶି ପରିବର୍ତ୍ତନ ; ଏହି ରାଶିଙ୍କ ରହିବନି ଚିନ୍ତା,ବଦଳାଇବେ ଭାଗ୍ୟ..

- Advertisement -

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ବୁଧଙ୍କ ଚଳନ ବିଶେଷ ଲାଭ ପ୍ରଦାନ କରିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଧାର୍ମିକ କ୍ଷେତ୍ରରେ ମାନସମ୍ମାନ ମିଳିବ । ମାନସିକ ଶାନ୍ତି ମିଳିବ।

କନ୍ୟା – କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ବିବାହ ସ୍ଥିର ହୋଇପାରେ । ଅଟକି ଥିବା କାମରେ ସଫଳତା ମିଳିବ । ନୂତନ ଚାକିରିିର ଯୋଗ ରହିଛି । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର – ବ୍ୟବସାୟରେ ଅଟକି ଥିବା କାମ ଶୀଘ୍ର ପୂରଣ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ। ହଠାତ୍‌ ଧନ ପ୍ରାପ୍ତି ହେବ। ମନ ଖୁସି ରହିବ । ପରିବାରରେ ହସଖୁସିର ବାତାବରଣ ରହିବ।

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories