www.samajalive.in
Saturday, December 6, 2025
23.1 C
Bhubaneswar

୨୬ ଅଗଷ୍ଟରେ ମଙ୍ଗଳ କରିବେ ରାଶି ପରିବର୍ତ୍ତନ ; ଏହି ରାଶିଙ୍କ ରହିବନି ଚିନ୍ତା,ବଦଳାଇବେ ଭାଗ୍ୟ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିଜର ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ରାଶି ପରିବର୍ତ୍ତନ କରନ୍ତି । ମଙ୍ଗଳ ମେଷ ଓ ବିଛା ରାଶିଙ୍କ ସ୍ୱାମୀ । ୨୬ ଅଗଷ୍ଟରେ ମଙ୍ଗଳ ମିଥୁନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ଦିନ ଜନ୍ମାଷ୍ଟମୀ ପର୍ବ ମଧ୍ୟ ପାଳନ କରାଯିବ । ଗ୍ରହଙ୍କ ସେନାପତି ବୁଧଙ୍କ ରାଶି ମିଥୁନ ରାଶିରେ ପ୍ରବେଶ କରିବେ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ । ମାତ୍ର କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ । ଜାଣନ୍ତୁ..

ବ୍ୟକ୍ତିଙ୍କ ଜାତକରେ ମଙ୍ଗଳ ମଜଭୁତ ହେବା ଦ୍ୱାରା ସଫଳତାର ଯୋଗ ସୃଷ୍ଟି ହୋଇଥାଏ । ଧନ-ସମୃଦ୍ଧି ବୃଦ୍ଧି ହୋଇଥାଏ । ଭାଇଭଉଣୀଙ୍କ ସହ ସମ୍ପର୍କ ମଧୁର ରହିଥାଏ । ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ ।

ସକାଳର ଏହି ଲକ୍ଷଣ ଦିଏ ଉଚ୍ଚ ରକ୍ତଚାପର ସଙ୍କେତ..

- Advertisement -

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆତ୍ମବିଶ୍ୱାସ, ଶକ୍ତି ଓ ସାହସ ବୃଦ୍ଧି ହେବ । ଭାଇ ଭଉଣୀଙ୍କ ସହ ସମ୍ପର୍କରେ ମଧୁରତା ରହିବ । ଘର ପରିବାରରେ ସୁଖଶାନ୍ତିର ବାତାବରଣ ରହିବ । ବିଦେଶ ଯାତ୍ରାର ଯୋଗ ରହିଛି । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ।

ସିଂହ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସିଂହ ରାଶି ବ୍ୟକ୍ତି ବିଶେଷଙ୍କୁ ମଙ୍ଗଳଙ୍କ ଚଳନ କୌଣସି ବରଦାନରୁ କମ୍‌ ନୁହେଁ । ଏହି ରାଶିଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ । ମନପସନ୍ଦର ଚାକିରି ମିଳିବ । ଦାୟିତ୍ୱ ବୃଦ୍ଧି ହେବା ସହ ହସଖୁସିରେ ଜୀବନ ବିତାଇବେ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ମାନ-ସମ୍ମାନ ବୃଦ୍ଧି ହେବ । ଭାଗ୍ୟର ସାଥ୍‌ ମିଳିବ । ରାଜନୀତିରେ ଥିବା ବ୍ୟକ୍ତି ବିଶେଷ ଲାଭବାନ୍‌ ହେବେ । ଚାକିରି କରୁଥିବା ବ୍ୟକ୍ତି ବିଶେଷ ଲାଭବାନ୍‌ ହେବେ । ଆର୍ଥିକ କ୍ଷେତ୍ର ମଜଭୁତ ହେବ । ଦାୟିତ୍ୱ ବୃଦ୍ଧି ହେବ ।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories