ସମାଜ ଡିଜିଟାଲ ଡେସ୍କ: ସିମ୍ ବକ୍ସ ଜବତ ମାମଲାରେ ରାଜୁ ମଣ୍ଡଳର ପରିବାର ସଦସ୍ୟଙ୍କୁ ପଚରାଉଚରା କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ସୂଚନା ଅନୁସାରେ ରାଜୁ ମଣ୍ଡଳ ନିଖୋଜ ନେଇ ପରିବାର ଲୋକେ ପଶ୍ଚିମବଙ୍ଗର ଏକ ଥାନାରେ ଏତଲା ଦେଇଛନ୍ତି। ରାଜୁର ଶେଷ ଠିକଣା ଲକ୍ଷ୍ମୀସାଗର ଦେଖାଇବାରୁ ପରିବାର ଲୋକେ ଲକ୍ଷ୍ମୀସାଗର ପୁଲିସ ସହ ଯୋଗାଯୋଗ କରିଥିଲେ। ଏହାପରେ ରାଜୁଙ୍କ ଓକିଲକୁ ପୁଲିସ ସମସ୍ତ ସୂଚନା ଦେଇଥିଲା। ପରିବାର ଲୋକମାନେ ଲକ୍ଷ୍ମୀସାଗର ଥାନାରେ ପହଞ୍ଚିବା ପରେ ସିମ୍ ବକ୍ସ ଘଟଣା ବିଷୟରେ ପୁଲିସ ଅବଗତ କରାଇଛି। ଏହାସହିତ ରାଜୁଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଛି। ଘଟଣାରେ ପୁଲିସର ସ୍ପେଶାଲ ସ୍କ୍ୱାଡ୍ ରାଜୁମଣ୍ଡଳକୁ ଝାଡଖଣ୍ଡର ରାଞ୍ଚିକୁ ନେଇ ଖୋଳତାଡ କରିବା ସହ ଅଧିକ ସିମ୍ ବକ୍ସ ଠାବ କରିଛି।
Popular Categories



