www.samajalive.in
Sunday, December 7, 2025
14.1 C
Bhubaneswar

ରାଜସ୍ଥାନରେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର, ୨ ବିଜେପି ନେତା ଗିରଫ

ଜୟପୁର: ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ଵାଧୀନ କଂଗ୍ରେସ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରିଛନ୍ତି ବିଜେପି ନେତା। ତଦନ୍ତ ପରେ ଏହା ସାମ୍ନାକୁ ଆସିଥିବାବେଳେ ପୁଲିସ ୨ ବିଜେପି ନେତାଙ୍କୁ ଶନିବାର ଗିରଫ କରିଛି। ସେମାନଙ୍କ କଲ୍‌ ରେକର୍ଡରୁ ସରକାର ଭାଙ୍ଗିବା ଷଡ଼ଯନ୍ତ୍ର ପଦାକୁ ଆସିଛି।

ରିପୋର୍ଟ ମୁତାବକ, ରାଜସ୍ଥାନରେ ବିଧାୟକମାନଙ୍କର କିଣାବିକା ମାମଲାରେ ୨ ବିଜେପି ନେତାଙ୍କ ନାମ ସାମ୍ନାକୁ ଆସିଛି। ସେମାନେ ହେଲେ ଭରତ ମାଲାନୀ ଏବଂ ଅଶୋକ ସିଂହ। ଏମାନଙ୍କୁ ଉଦୟପୁରରୁ ସ୍ପେଶାଲ ଅପରେଶନ ଗ୍ରୁପ(ଏସଓଜି) ପୁଲିସ ଗିରଫ କରିଛି। ସରକାର ଭାଙ୍ଗିବା ଉଦ୍ଦେଶ୍ୟରେ ବିଧାୟକମାନଙ୍କୁ କିଣିବାକୁ ଉଦ୍ୟମ ହୋଇଥିବା ମାଲାନୀଙ୍କ କଲ୍‌ ରେକର୍ଡିଂରୁ ଜଣାପଡ଼ିଛି ବୋଲି ରାଜସ୍ଥାନ ଏସଓଜି ପକ୍ଷରୁ କୁହାଯାଇଛି।

- Advertisement -

ସୂଚନାଯୋଗ୍ୟ, ରାଜସ୍ଥାନରେ ସରକାର ଭାଙ୍ଗିବା ଉଦ୍ୟମକୁ ନେଇ ଏତଲା ଦିଆଯିବା ପରେ ଏସଓଜି ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। କିଛି ଫୋନ କଲ୍‌ ରେକର୍ଡ କରାଯିବା ସମୟରେ ଅଶୋକ ଗେହଲଟଙ୍କ ସରକାରକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରାଯାଉଥିବା ଏସଓଜିକୁ ତଥ୍ୟ ମିଳିଥିଲା। ଏହାକୁ ଆଧାର କରି ଏସଓଜି ଭରତ ମାଲାନୀଙ୍କୁ ଶୁକ୍ରବାର ରାତିରେ ଅଟକ ରଖି ପଚରାଉଚରା କରିଥିଲା। ପରେ ତାଙ୍କୁ ଗିରଫ କରିଥିଲା। ଜୟପୁରରେ ତାଙ୍କୁ ପଚରାଉଚରା ଜାରି ରହିଛି। ମାଲାନୀ ରାଜସ୍ଥାନ ବିଜେପିରେ ଅନେକ ପଦବୀରେ ରହିସାରିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories