www.samajalive.in
Friday, December 5, 2025
26.1 C
Bhubaneswar

ବିଜେପିରେ ଯୋଗଦେଲେ କଂଗ୍ରେସ ଲୋକସଭା ପ୍ରାର୍ଥୀ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସକୁ ଶକ୍ତ ଝଟ୍‌କା ଲାଗିଛି। ଭୋଟଗ୍ରହଣର ଅବ୍ୟବହିତ ପୂର୍ବରୁ କଂଗ୍ରେସର ଇନ୍ଦୋର ଲୋକସଭା ପ୍ରାର୍ଥୀ ଅକ୍ଷୟ କାନ୍ତି ବମ୍‌ ଦଳ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ବିଜେପି ନେତା କୈଳାସ ବିଜୟବର୍ଗୀୟ ଏ ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଗୁଜରାଟର ସୁରତରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ପରେ ଇନ୍ଦୋରରେ ଏହି ଘଟଣା ଘଟିଛି। ଗତ ସପ୍ତାହରେ ସୁରତ ଆସନରେ ନିର୍ବାଚନ ଲଢ଼ୁଥିବା ୮ ପ୍ରାର୍ଥୀ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିଲେ। କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜ ହୋଇଯାଇଥିଲା। ଫଳରେ ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିର ମୁକେଶ ଏଠାରେ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଥିଲେ। ସୂଚନାଯୋଗ୍ୟ, ଗତ ୨୦୧୯ ନିର୍ବାଚନରେ ବିଜେପି ଗୁଜରାଟର ସମସ୍ତ ଲୋକସଭା ଆସନରେ ବିଜୟୀ ହୋଇଥିଲା। ଚଳିତଥର ଦଳ ସୁରତରେ ବର୍ତ୍ତମାନର ସାଂସଦ ଜଦର୍ଶ ଜର୍ଦୋଶଙ୍କୁ ପ୍ରାର୍ଥୀ ନ କରି ନୂଆ ମୁହଁ ମୁକେଶଙ୍କୁ ଟିକେଟ ଦେଇଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories