ବାରିପଦା: ବ୍ୟାଙ୍କ ଅଫ୍ ଇଣ୍ଡିଆ କାର୍ଯ୍ୟାଳୟର ତୃତୀୟ ମହଲାରେ ଲାଗିଲା ନିଆଁ । ତିନି ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ବ୍ୟାଙ୍କ ଭିତରେ ଏବେ ବି କିଛି ଲୋକ ଓ ଅନ୍ୟ କର୍ମଚାରୀ ମାନେ ଫସି ରହିଛନ୍ତି। ସେମାନଙ୍କୁ ଅଗ୍ନିଶମ କର୍ମଚାରୀ ମାନେ ଉଦ୍ଧାର କରୁଛନ୍ତି। ବ୍ୟାଙ୍କର ତୃତୀୟ ମହଲାରେ ଥିବା କ୍ୟାଣ୍ଟିନରେ ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ନିଆଁକୁ ଆୟତ କରିବାକୁ ୨ଟି ଅଗ୍ନିଶମବାହିନୀ ନିୟୋଜିତ ହୋଇଛନ୍ତି।
Popular Categories



