www.samajalive.in
Friday, December 5, 2025
20.1 C
Bhubaneswar

ବ୍ୟବସାୟିକ ଦୃଷ୍ଟିରୁ ତରଭୁଜ ଚାଷ

ଗୁଣୁପୁର : ପାରମ୍ପରିକ ଚାଷରୁ ଅଭ୍ୟାସ ବଦଳାଇ ଅର୍ଥକାରୀ ତରଭୁଜ ଚାଷ କରିବାକୁ ସହଯୋଗୀ ସଂସ୍ଥା ଓପିଡିଏସସି ଏବଂ ଆଇଟିଡିଏଓଟିଇ ଏଲପିପ୍ଲସ ଗୁଣୁପୁରଙ୍କ ଉଦ୍ୟମ ଯୋଗୁଁ ଆଦିବାସୀ ସମ୍ପ୍ରଦାୟର ଚାଷୀ ମାନେ ଅହରହ ଉଦ୍ୟମ କରି ଆସୁଛନ୍ତି।ଫଳ ସ୍ୱରୂପ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଓଡିଶା ଆଦିବାସୀ ସଶକ୍ତିକରଣ ତଥା ଜୀବିକା ନିର୍ବାହ କାର୍ଯ୍ୟକ୍ରମ ପ୍ଲସ ଗୁଣୁପୁରଙ୍କ ଉଦ୍ୟମ କ୍ରମରେ ରାମନାଗୁଡ଼ା ବ୍ଲକ ଭାମିନି ଗ୍ରାମପଞ୍ଚାୟତ ଖୀଲିଙ୍ଗି ରାଇ ଗ୍ରାମର ଆଦିବାସୀ ଚାଷୀମାନଙ୍କୁ ତରଭୁଜ ଚାଷ କରିବା ପାଇଁ ଉତ୍ସାହିତ କରାଗଲା।

କେମିତି କଟିବ ଏହି ସପ୍ତାହ? ୪ ରାଶିର ସୁନାଭଳି ଚମକିବ ଭାଗ୍ୟ, ବ୍ୟବସାୟରେ ହେବ ଲାଭ..


ଗ୍ରାମର ସିଲା କୃଷ୍ଣ, ସିଲା ସନ୍ତୋଷ, ସିଲା ଭାଗ୍ୟ, ଟି ସାନ୍ତୁ, ଇରାମାଝି ରମେଶ, ମଣ୍ଡାଙ୍ଗୀ କରଭୁ, ଇରାମାଝି କୃଷ୍ଣା ରାଓ, ଇରାମାଝି ସନ୍ତୋଷଙ୍କୁ ସଂସ୍ଥା ତରଫରୁ ଉନ୍ନତ ମାନର ବିହନ ଏବଂ ଜୈବିକ ଖତ ସାର ଯୋଗାଇ ଦିଆଗଲା। କୃଷି ଅଧିକାରୀ ସୌମେନ୍ଦ୍ର ନାରାୟଣ ଦାଶ ଚାଷୀ ମାନଙ୍କୁ ବୈଷୟିକ ଜ୍ଞାନ କୌଶଳ ଯୋଗାଇ ଦେଲେ। ପରାମର୍ଶ ଅନୁସାରେ ଚାଷୀ ମାନେ ଠିକଣା ସମୟରେ ଜମି ଉପଚାର କରି ବିହନକୁ ବ୍ୟବହାର କଲେ। ଜମିର ଯତ୍ନ ନେଇ ଏବେ ଏବେ ଭଲ ତରଭୁଜ ଉତ୍ପାଦନ ଆରମ୍ଭ କରିଛନ୍ତି। ସଂସ୍ଥା ତରଫରୁ ଇରାମାଝି କୃଷ୍ଣ ରାଓଙ୍କୁ ସୌର ଚାଳିତ ୨ ଏଚପି ପାଣି ଉଠା ଯନ୍ତ୍ର ମଧ୍ୟ ଯୋଗାଇ ଦିଆଯାଇଛି। ଏହାକୁ ବ୍ୟବହାର କରି ପ୍ରଚୁର ତରଭୁଜ ଉତ୍ପାଦନ କରି ପାରୁଛନ୍ତି ବୋଲି ଚାଷୀ ମାନେ ମତାମତ ଦେଇଛନ୍ତି। ସମଗ୍ର କାର୍ଯ୍ୟକ୍ରମକୁ ଅଞ୍ଚଳରେ କାର୍ଯ୍ୟ କରୁଥିବା ସହଯୋଗୀ ସଂସ୍ଥା ଓ ପିଡିଏସସିର ସାମାଜିକ ତଥା ଜୀବନ ଜୀବିକା ସଂଯୋଜକ ପରେଶ ପ୍ରସାଦ ମହାପାତ୍ର ସଂଯୋଜନା କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories