ଜାଣିଛନ୍ତି କି ‘ମୋଗାମ୍ବୋ’ଙ୍କ ପୋଷାକ ଦାମ୍ କେତେ ?

0

ବୋନି କପୁର ପ୍ରଯୋଜିତ ‘ମିଷ୍ଟର ଇଣ୍ଡିଆ’ ସେ ସମୟର ସୁପରହିଟ୍ ଚଳଚ୍ଚିତ୍ର ସାବ୍ୟସ୍ତ ହୋଇଥିଲା। ପ୍ରତ୍ୟେକ ପିଢ଼ିର ଲୋକେ ଏହି ଚଳଚ୍ଚିତ୍ରକୁ ପସନ୍ଦ କରିଥିଲେ। ଆଜିର ଦିନରେ ମଧ୍ୟ ଏହି ଚଳଚ୍ଚିତ୍ର ଟେଲିଭିଜନରେ ପ୍ରସାରିତ ହେଲେ, ପ୍ରତି ଥର ଟେଲିଭିଜନ ରେଟିଙ୍ଗ ପଏଣ୍ଟ ଶୀର୍ଷରେ ଥାଏ ବୋଲି ଅନୁଧ୍ୟାନକାରୀ ସଂସ୍ଥାଙ୍କ ମତ।

ଏଥିରେ ମୁଖ୍ୟ ଭୂମିକାରେ ଅନିଲ କପୁର, ଶ୍ରୀଦେବୀ, ଅମରୀଶ ପୁରୀ ଅଭିନୟ କରିଥିଲେ। ଚଳଚ୍ଚିତ୍ରର କାହାଣୀ ଶୁଣିବା ପରେ ଖଳନାୟକ ଅମରୀଶ ପ୍ରଯୋଜକ ବୋନିଙ୍କୁ ପରାମର୍ଶ ଦେଇଥିଲେ, ଏହି ଚରିତ୍ର ନିମନ୍ତେ ପୋଷାକ ସବୁଠୁ ଦମଦାର୍ ହେବା ଦରକାର। ଏଣୁ ଅଧିକ ଖର୍ଚ୍ଚ ନିମନ୍ତେ ପୂର୍ବରୁ ପ୍ରସ୍ତୁତ ହେବା ଭଲ। ଏହା ସହ ଅମରୀଶ ଆରମ୍ଭରୁ ହିଁ କହିଦେଲେ ଯେ ତାଙ୍କ ଅନ୍ୟ ଚଳଚ୍ଚିତ୍ରରେ ପୋଷାକ ଟେଲରିଂ କରୁଥିବା ମାଧବ ଅଗସ୍ତି ହିଁ ମୋଗାମ୍ବୋ ପୋଷାକ ତିଆରି କରିବେ। ବୋନି ମଧ୍ୟ ପୂର୍ଣ୍ଣସମ୍ମତି ଜଣାଇଥିଲେ।

prayash

ମାତ୍ର ୧୫ଦିନରେ ମୋଗାମ୍ବୋ ପୋଷାକ ତିଆରି ହୋଇଥିଲା। ଅମରୀଶ ଓ ବୋନି ଯେତେବେଳେ ପୋଷାକ ଦେଖିଥିଲେ, ଦୁହେଁ ଖୁବ୍ ଖୁସି ହୋଇଯାଇଥିଲେ। ତୁରନ୍ତ ବୋନି କପୁର ୧ହଜାର ଟଙ୍କା ବକସିସ୍ ଭାବେ ମାଧବଙ୍କୁ ଦେଇଥିଲେ। ସେ ସମୟରେ ଏଇ ମୋଗାମ୍ବୋ ପୋଷାକ ତିଆରି ପାଇଁ ୨୫ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଆଜି ପର୍ୟ୍ୟନ୍ତ ବୋନି କପୁରଙ୍କ ପ୍ରଡକ୍ସନ୍ ହାଉସ୍‌ କାର୍ୟ୍ୟାଳୟରେ ମୋଗାମ୍ବୋ ପୋଷାକକୁ ସାଇତି ରଖାଯାଇଛି।

kalyan agarbati
Leave A Reply