www.samajalive.in
Monday, December 15, 2025
24.1 C
Bhubaneswar

ସରିଲା କ୍ରାଇମ୍‌ବ୍ରାଞ୍ଚର ରିମାଣ୍ଡ ଅବଧି, ଜେଲ୍‌ ଗଲେ ଆଇଆଇସି ଆନନ୍ଦ ମାଝୀ

ଭୁବନେଶ୍ବର : ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ବହିଷ୍କୃତ ଆଇଆଇସି ଆନନ୍ଦ ମାଝୀଙ୍କୁ ବିଚାର ବିଭାଗୀୟ ହାଜତ ପଠାଇ ଦିଆଯାଇଛି। ଫଳରେ ଏବେ ବୀରମିତ୍ରପୁର ଆଇଆଇସିଙ୍କ ନୂଆ ଠିକଣା ପାଲଟିଛି ଜେଲ। ନାବାଳିକାଙ୍କ ସହ ଦୁଷ୍କର୍ମ ଘଟଣାରେ ବୀରମିତ୍ରପୁର ଥାନାର ବହିଷ୍କୁତ ତଥା କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କ ଚାରି ଦିନିଆ ରିମାଣ୍ଡ ସରିବା ପରେ ଆଜି କ୍ରାଇମବ୍ରାଞ୍ଚ ତାଙ୍କୁ ସୁନ୍ଦରଗଡ ସ୍ୱତନ୍ତ୍ର ପୋସ୍କୋ କୋର୍ଟରେ ହାଜର କରିଥିଲା । କୋର୍ଟ ଆନନ୍ଦ ମାଝୀଙ୍କୁ ଆସନ୍ତା ୧୮ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।
ଗତ ବୁଧବାର ଦିନ କ୍ରାଇମବ୍ରାଞ୍ଚ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଗିରଫ କରିବା ପରେ ଗତ ଗୁରୁବାର କୋର୍ଟରେ ହାଜର କରାଇଥିଲା। ଏହାପରେ ୪ ଦିନଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ। ଆଜି ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସ୍ୱତନ୍ତ୍ର ପସ୍କୋ କୋର୍ଟ ପୁଣି ଶୁଣାଣି କରି ବହିଷ୍କୃତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଏହାସହ କ୍ରାଇମବ୍ରାଞ୍ଚ ଆବେଦନ କରିଥିବା ୨ଜଣ ସାକ୍ଷୀଙ୍କ ୧୬୪ ବୟାନ ରେକର୍ଡର୍କୁ କୋର୍ଟ ଗ୍ରହଣ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories