www.samajalive.in
Monday, December 15, 2025
15.1 C
Bhubaneswar

ମା ପେଟରେ ଥାଇ ବାପାକୁ ଖୋଜୁଛି ଶିଶୁ, ନ୍ୟାୟ ଅପେକ୍ଷାରେ ଦୁଷ୍କର୍ମ ଶିକାର ହୋଇ ଗର୍ଭବତୀ ହୋଇଥିବା ଯୁବତୀ

ବଲାଙ୍ଗୀର : ବିବାହର ପ୍ରଲୋଭନ ଦେଖାଇ ବାରଣ ସତ୍ୱେ ଶାରୀରିକ ସଂପର୍କ ରଖି ଦୁଷ୍କର୍ମ କଲା ପଡୋଶୀ ଯୁବକ। କାହାକୁ କିଛି ନକହିଲେ ବାହା ହେବ ବୋଲି କହି ଯୁବତୀର ମୁହଁବନ୍ଦ କରିଦେଲା। ମାସକ ପରେ ମାସେ ବିତିଚାଲିଲା, ଭୁଲ ଯୋଗୁ ପେଟ ଭିତରେ ଥିବା ଛୁଆ ବଢିଚାଲିଲା କିନ୍ତୁ ବାପାର ପରିଚୟ ଦେବା ପାଇଁ ଶେଷରେ ଦୁଷ୍କର୍ମ କରିଥିବା ଯୁବକ ମନାକଲେ। ପେଟରେ ଆଠ ମାସର ଛୁଆ ଧରି ଏବେ ନ୍ୟାୟ ପାଇଁ ବାରମ୍ବାର ଏସପି ଅଫିସ ଧାଉଁଛି ଗର୍ଭବତୀ ମା। ଅନ୍ୟପଟେ ଦୁଷ୍କର୍ମକାରୀ ଯୁବକ ଫେରାର ଥିବା ସୂଚନା ରହିଛି।

ସୂଚନା ଅନୁସାରେ ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଚଳକି ଗାଁର ୧୮ ବର୍ଷର ଜଣେ ଯୁବତୀଙ୍କୁ ସେହି ଗାଁର ରୁଷୁ ବେନିଆ ଗତ ବର୍ଷକ ପୂର୍ବରୁ ଦୁଷ୍କର୍ମ କରିଥିଲା। ଯୁବତୀକୁ ବିବାହର ପ୍ରଲୋଭନ ଦେଖାଇ ବାରଣ ସତ୍ୱେ ଜବରଦସ୍ତି ଶାରୀରିକ ସଂପର୍କ ରଖିଥିଲା। ଯୁବତୀଙ୍କ ପରିବାର ପ୍ରବାସୀ ଶ୍ରମିକ ହୋଇଥିବା ବେଳେ ଯୁବତୀକୁ ନେଇ ପରିବାର ଲୋକେ କିଛି ମାସ ପୂର୍ବରୁ କାମ କରିବା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ଦୁଷ୍କର୍ମ ବିଷୟରେ କାହାରିକି କିଛି ନକହିଲେ ରୁଷୁ ବାହା ହେବା ପାଇଁ ମିଛ ପ୍ରତିଶୃତି ଦେଇଥିଲା ଯୁବତୀଙ୍କୁ। ତେବେ ଯୁବତୀ ଜଣକ କିଛି ମାସ ପରେ ଗର୍ଭବତୀ ଥିବା ଜଣାପଡିଥିବା ବେଳେ ପରିବାର ଲୋକଙ୍କୁ ସେ ଦୁଷ୍କର୍ମ ବିଷୟରେ ଜଣାଇଥିଲେ।

- Advertisement -

ଥାନାରେ ମାମଲା କରିବା ପାଇଁ ଯୁବତୀ ଓ ତାଙ୍କ ପରିବାର ଗାଁକୁ ଫେରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ମାଲିକ ଛୁଟି ଦେଇନଥିଲା। ଫଳରେ ସିଜନ ସରିବା ପରେ ଯୁବତୀ ଜଣଙ୍କ ଗାଁକୁ ଫେରି ଗାଁ ଲୋକଙ୍କୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ ଓ ଏହି ଘଟଣାରେ ଗାଁର ରୁଷୁ ବେନିଆ ଦାୟୀ ବୋଲି ଯୁବତୀ ସର୍ବସମ୍ମୁଖରେ କହିଥିଲେ। କିନ୍ତୁ ରୁଷୁ ଏହାକୁ ମନା କରିଦେଇଥିଲା। ଫଳରେ ଯୁବତୀଙ୍କ ବାପା ମୁରିବାହାଲ ଥାନାରେ ଗତ ଜୁନ ୧୬ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଥାନାରେ ମାମଲାକୁ ଗୁରୁତ୍ୱ ନଦେବାରୁ ଜୁନ ୧୭ ତାରିଖରେ ବଲାଙ୍ଗୀର ଏସପିଙ୍କୁ ଦେଖା କରି ନ୍ୟାୟ ପାଇଁ ଗୁହାରୀ ଜଣାଇଥିଲେ। କିନ୍ତୁ ଏହି ଘଟଣାକୁ ମଧ୍ୟ ୨୦ ଦିନ ବିତିଯିବାକୁ ବସିଥିବା ବେଳେ ଯୁବତୀଙ୍କୁ ନ୍ୟାୟ ମିଳିନାହିଁ। ସୋମବାର ପୁଣି ଗର୍ଭବତୀ ଯୁବତୀ ଜଣକ ନିଜ ପରିବାର ସହ ବଲାଙ୍ଗିର ଆସି ଏସପିଙ୍କ ଠାରେ ନ୍ୟାୟଭିକ୍ଷା କରିଥିବା ଜଣାପଡିଛି। ଦୁଷ୍କର୍ମର ଶୀକାର ହୋଇ ଗର୍ଭବତୀ ହୋଇଥିବା ଯୁବତୀ ଜଣକ ୮ମାସର ଗର୍ବବତୀ ଥିବା ବେଳେ ବାରମ୍ବାର ଏସପିଙ୍କୁ ଦେଖା କରିବା ସତ୍ୱେ ପୁଲିସ ନ୍ୟାୟ ପ୍ରଦାନ କରିନପାରିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଥାନାରେ ମାମଲା ହେବା ପରେ ଅଭିଯୁକ୍ତ ଜଣକ ଫେରାର ରହିଥିବା ସୂଚନା ମିଲିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଜନ୍ମହେବା ପୂର୍ବରୁ ବାପାର ପରିଚୟ ଦେବା ପାଇଁ ମା ପେଟରେ ଥାଇ ଥାନା କୁ ଧାଉଁଥିବା ଶିଶୁକୁ ନ୍ୟାୟ ମିଲିବ ତ। ନା ଅନ୍ୟ ଦଳିତ ଯୁବତୀ ମାନଙ୍କ ଭଳି ଏହି ଯୁବତୀ ମଧ୍ୟ ନ୍ୟାୟ ଅପେକ୍ଷାରେ ରହିଯିବେ। ଏହିଭଳି ଅନେକ ପ୍ରଶ୍ନ ଏହି ଘଟଣା ସୃଷ୍ଟି କରିଥିବା ବେଳେ ନ୍ୟାୟ ପାଇଁ ଯୁବତୀ ଓ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories