ସାର୍ବଜନୀନ ଚିକିତ୍ସା କ୍ଷେତ୍ରକୁ ସରକାର ନୂଆ ରୂପ ଦେଇଛନ୍ତି : ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ : ସାର୍ବଜନୀନ ଚିକିତ୍ସା କ୍ଷେତ୍ରକୁ ସରକାର ନୂଆ ଦିଗ୍‍ଦର୍ଶନ ଦେଇଛନ୍ତି ଓ ଲୋକଙ୍କୁ ସୁଲଭ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।  ଦେଶରେ ଆଉ ୨୪ଟି ନୂଆ ମେଡିକାଲ କଲେଜ ସ୍ଥାପନ କରାଯିବ, ସେହିପରି ଦେଶରେ ୧୩ଟି ନୂଆ ଏମ୍‍ସ ପ୍ରତିଷ୍ଠା ଲାଗି ଘୋଷଣା କରାଯାଇଛି ଏବଂ ୮ଟି ନୂଆ ଏମ୍‍ସ କାର୍ଯ୍ୟକ୍ଷମ ହୋଇସାରିଲାଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

prayash

ନୂଆଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ପରିସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ରାଷ୍ଟ୍ରୀୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ କହିଛନ୍ତି ଲୋକମାନଙ୍କୁ ଅଧିକ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ୫୮ଟି ଜିଲ୍ଲା ହସ୍ପିଟାଲ୍‍ଗୁଡ଼ିକୁ ଭେଷଜ ମହାବିଦ୍ୟାଳୟରେ ପରିଣତ କରାଯିବ।  ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ଡାଏଲିସିସ୍‍ କେନ୍ଦ୍ରମାନ ଖୋଲାଯାଇଛି ଏବଂ ଏହି କେନ୍ଦ୍ରଗୁଡ଼ିକରେ ଗରିବ ଲୋକମାନଙ୍କୁ ମାଗଣା ଡାଏଲିସିସ୍‍ ସୁବିଧା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୨୫ ମସିହା ସୁଦ୍ଧା ଦେଶକୁ ଯକ୍ଷ୍ମାରୋଗ ମୁକ୍ତ କରିବା ପାଇଁ କାର୍ଯ୍ୟ କରାଯାଉଛି।

ଏମ୍ସରେ  ପରିସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ରାଷ୍ଟ୍ରୀୟ କେନ୍ଦ୍ରରେ ବରିଷ୍ଠ ନାଗରିକମାନଙ୍କୁ  ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ସେବା ପ୍ରଦାନ କରାଯିବ । ଜେନେରାଲ ୱାର୍ଡ ପାଇଁ ଏଥିରେ ୨୦୦ ଶଯ୍ୟା ସୁବିଧା ରଖାଯିବ । ପ୍ରଧାନମନ୍ତ୍ରୀ ସଫଦରଜଙ୍ଗ ହସ୍ପିଟାଲ୍‍ରେ ୫୫୫ ଶଯ୍ୟା ବିଶିଷ୍ଟ ସୁପର୍‍ ସ୍ପେଶାଲିଟି ବ୍ଲକ୍‍କୁ ମଧ୍ୟ ଲୋକାର୍ପିତ କରିଛନ୍ତି। ସଫଦରଜଙ୍ଗ ହସ୍ପିଟାଲ୍‍ରେ ୫୦୦ ଶଯ୍ୟା ବିଶିଷ୍ଟ ନୂଆ ଜରୁରୀକାଳୀନ ବ୍ଲକ ଏବଂ ୩୦୦ ଶଯ୍ୟା ବିଶିଷ୍ଟ ଟ୍ରମା କେନ୍ଦ୍ର ଏବଂ ପାୱାର ଗ୍ରୀଡ ବିଶ୍ରାମ ସଦନକୁ ମଧ୍ୟ ଲୋକାର୍ପଣ କରିଛନ୍ତି।  ଏହା ବ୍ୟତୀତ ଏମ୍ସ, ଆନସାରୀ ନଗର ଏବଂ ଟ୍ରମା  କେନ୍ଦ୍ର ମଧ୍ୟରେ ଯାନବାହନ ଯିବାଆସିବା ପାଇଁ ନିର୍ମିତ ଏକ ସୁଡଙ୍ଗକୁ ଲୋକାର୍ପଣ କରିଛନ୍ତି। ୬୧୪ ମିଟର ଦୀର୍ଘ ଏହି ସୁଡ଼ଙ୍ଗର କାମ ୨୦୧୨ ମସିହାରୁ ଆରମ୍ଭ ହୋଇଥିଲା। ଏଥିପାଇଁ ୪୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଦେଶରେ ଏହା ପ୍ରଥମ ମୋଟର ଚାଳିତ ସୁଡ଼ଙ୍ଗ ପଥ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଓ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ୍‍ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati
Leave A Reply