ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା

0

କୋହିମା : ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଟି.ଆର.ଜିଲିଆଙ୍ଗ୍‌ ମଙ୍ଗଳବାର ରାଜ୍ୟପାଳ ପି.ବି.ଆଚାର୍ଯ୍ୟଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ତାଙ୍କର ଦଳ ନାଗା ପିପୁଲ୍‌ସ ଫ୍ରଣ୍ଟ ସରକାର ଗଠନ କରିବାରେ ବିଫଳ ହେବାପରେ ଜିଲିଆଙ୍ଗ୍‌ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ମୁଖ୍ୟ ବିରୋଧୀଦଳ ଭାବେ ଏନ୍‌ଫିଏଫ୍‌ ରାଜ୍ୟର ବିକାଶ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ଜିଲିଆଙ୍ଗ୍‌ ପ୍ରତିଶ୍ରୁତି ଦେଇଛନ୍ତି। ୬୦ ଆସନ ବିଶିଷ୍ଟ ବିଧାନସଭାରେ ଏନଡିପିପି-ବିଜେପି ମେଣ୍ଟ ୩୪ ଜଣ ବିଧାୟକଙ୍କ ସମର୍ଥନ ଯୋଗାଡ କରି ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛି।

Leave A Reply